ସୋମବାର ରାଶିଫଳ ୦୬.୧୨.୨୦୨୧

ମେଷ: ସତ୍‌ସଙ୍ଗୀ ହୋଇପାରନ୍ତି। ଅଭୀଷ୍ଟ ସିଦ୍ଧିହେବାର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅଧିକ କ୍ଷମତା ପାଇପାରି ସଦ୍‌ବ୍ୟବହାର କରିପାରନ୍ତି। ଜୀବେଦୟା ଧର୍ମ ପାଳିବେ।
ବୃଷ: ମନରେ ବିଦ୍ବେଷ ଭାବ ଜାତ ହୋଇପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଆର୍ଥିକ ସ୍ଥିତି ନିମ୍ନଗାମୀ ହୋଇପାରେ। ଧର୍ମକ୍ରିୟାରତ ହେବେ। ସତର୍କରେ ଚଳିବେ।
ମିଥୁନ: ଆୟ ଊଣା ହେବନାହିଁ। ପତ୍ନୀଙ୍କ ପରାମର୍ଶ ଶୁଭପ୍ରଦ ହେବ। ବହୁ ସୁଖର ଅଧିକାରୀ ହେବେ। ଗୁଣବାନ୍‌ ହେବେ। ବିନୟ ସ୍ବଭାବ ଯୋଗୁଁ ଆଦରଣୀୟ ହେବେ। ଆହାର ଓ ବ୍ୟବହାରରେ ତ୍ୟକ୍ତଲଜ୍ଜା ହେବେ।
କର୍କଟ: ପ୍ରତିଶୋଧ ପରାୟଣ ହୋଇପାରନ୍ତି। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଋଣ ପରିଶୋଧ କରିପାରନ୍ତି।
ସିଂହ: ବୁଦ୍ଧିପ୍ରୟୋଗ କରି ନିଧିପ୍ରାପ୍ତ ହେବେ। ସୁଖ-ସନ୍ତୋଷ ଲାଭ କରିବେ। ବିଭିନ୍ନ ସ୍ତରରୁ ଅର୍ଥପ୍ରାପ୍ତର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପଢ଼ାପଢ଼ିରେ ମନୋନିବେଶ କରିବେ।
କନ୍ୟା: ସପରିବାର ସୁଖରେ ରହିବେ। କୁଳପ୍ରଧାନ ହୋଇପାରନ୍ତି। ବିନୀତ ଓ ସ୍ବଭାବ ସମ୍ପନ୍ନ ହେବେ। ଶ୍ରମ ସାର୍ଥକ ହେବ। ପତ୍ନୀଙ୍କ ହେତୁ ସୁଖଭୋଗ କରିବେ। ବିଭାଗୀୟ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି।
ତୁଳା: ସକଳ ଗୁଣର ଆଧାର ହୋଇପାରନ୍ତି। ସୁଖୀ ହେବେ। କାବ୍ୟଶାସ୍ତ୍ରାନୁରକ୍ତ ହେବେ। ଆର୍ଥିକ ସ୍ଥିତିରେ ପ୍ରଭୂତ ଉନ୍ନତି ଘଟିବ। ଦେବଦର୍ଶନକରି ସୁଖୀ ହେବେ। ସରକାରୀ ସ୍ତରରୁ ଲାଭବାନ୍‌ ହେବେ।
ବିଛା: ନିଜ ଅର୍ଜିତ ଧନ ଭୋଗ କରିପାରନ୍ତି। ଜଣେ ଉପଯୁକ୍ତ ପରାମର୍ଶଦାତା ଭାବେ ପ୍ରତିଷ୍ଠା ଅର୍ଜନ କରିବେ। ବହୁପ୍ରକାରର ବ୍ୟବସାୟରୁ ଧନାଗମ ହେବ। ମତିମାନ୍‌ ହେବେ। କର୍ମଚଞ୍ଚଳ ରହିବେ।
ଧନୁ: ନାନା ବିଭବରେ ମଣ୍ଡିତ ହୋଇପାରନ୍ତି। ଶ୍ରେଷ୍ଠ ପଦପଦବୀରେ ଆସୀନ ହେବାର ସୂଚନା ମିଳୁଛି। କର୍ମକୁ ଧର୍ମଭାବେ ଗ୍ରହଣକରିବେ। ନୀତିବାଦୀ ହେବେ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ।
ମକର: ଧର୍ମକ୍ରିୟାରେ ଧନ ବ୍ୟୟ କରିବେ। କୃଷି କର୍ମ ଉପରେ ପ୍ରାଧାନ୍ୟ ଦେବେ। ପଥରୋଧର ସମ୍ମୁଖୀନ ହୋଇପାରନ୍ତି। କ୍ରୋଧ ସମ୍ବରଣ କଲେ ବହୁ ଶୁଭଫଳ ପାଇବେ। ମଧୁରଭାଷୀ ହେବେ।
କୁମ୍ଭ: ସନ୍‌ମାର୍ଗୀ ହେବେ। ସ୍ବକର୍ମରୁ, ନ୍ୟାୟ ଧର୍ମରୁ, ପରାକ୍ରମରୁ, ବିଦ୍ୟା ପ୍ରଭାବରୁ ଓ ସାଧୁସଙ୍ଗରୁ ଧନପ୍ରାପ୍ତ ହେବେ। ଅଧିକ କର୍ମରେ ନିଜକୁ ନିୟୋଜିତ କରିବେ।
ମୀନ: ଶ୍ରମ ସାର୍ଥକ ହେବ। କୃଷି ଉପରେ ଧ୍ୟାନ ଦେବେ। ଜଣେ ପୂଜ୍ୟ ବ୍ୟକ୍ତିଭାବେ ନିଜର ମହିମା ପ୍ରକାଶ କରିପାରନ୍ତି। ନିଧିପ୍ରାପ୍ତିର ସୂଚନା ମିଳୁଛି। ଆର୍ଥିକ ସ୍ଥିତି ସୁଦୂର ରହିବ। କର୍ମକ୍ଷେତ୍ରରେ ସଫଳତା ମିଳିବ।

Comments are closed.