ସୋମବାର ରାଶିଫଳ ୧୯.୦୭.୨୦୨୧

ମେଷ: ଯାହା ଘଟଣା ଘଟିବ, ତାହା ସୁଖକର ହେବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଉତ୍ତମ ଭୋଜନ ସହ ଆନନ୍ଦ ଉପଭୋଗ କରିବେ।
ବୃଷ: ବନ୍ଧୁ ସହଯୋଗ ପାଇଁ ମନୋବଳ ବୃଦ୍ଧି ହେବ। ଶତ୍ରୁ ବିଜୟୀ ହୋଇ ମାନସିକ ଶାନ୍ତି ଫେରିପାଇବେ। ସୁସମ୍ବାଦ ଶୁଣି ଖୁସି ହେବେ। ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ କରଣୀୟ। ଋଣ ସୁଝିବେ।
ମିଥୁନ: ମନ୍ତ୍ର-ଶାସ୍ତ୍ରାଦି ଆୟତ୍ତ କରି ମନରେ ଗର୍ବଭାବ ବହନ କରିପାରନ୍ତି। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଶୁଭଖବର ପାଇ ଖୁସି ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବ୍ରତକର୍ତ୍ତା ଓ ଦେବ-ଦ୍ବିଜ ପରାୟଣ ହୋଇପାରନ୍ତି।
କର୍କଟ: ଆପଣଙ୍କ ପରାମର୍ଶ ଶୁଭଦାୟକ ହେବ। ପରିଶ୍ରମର ମୂଲ୍ୟ ମିଳିବ। ଜଳଜାତ ଦ୍ରବ୍ୟରୁ ଧନ ମିଳିପାରେ। ଚତୁଷ୍ପଦ ପ୍ରାଣୀ ସୁଖ ପାଇପାରନ୍ତି। ଉତ୍ତମ ଖାଦ୍ୟ, ପାନୀୟ ମିଳିପାରେ। ନିଜ ଅର୍ଜିତ ଧନରେ ଧନୀ ହେବେ।
ସିଂହ: ଆର୍ଥିକ ସ୍ଥିତି ଉଚ୍ଚମାନର ହେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଦେବଦର୍ଶନର ସୁଯୋଗ ଅଛି। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି। ଶତ୍ରୁ ବିନାଶ କରିପାରନ୍ତି। ପାପମୁକ୍ତ ହେବେ।
କନ୍ୟା: କାର୍ଯ୍ୟରେ ସଫଳତା ମିଳିବ। ଶକ୍ତି ପ୍ରଦର୍ଶନ କରିପାରନ୍ତି। ପ୍ରଭାବ ବିସ୍ତାର କରି ଜନପ୍ରିୟ ହେବେ। ମନରେ ଗର୍ବଭାବ ରହିବ ନାହିଁ। ଧନାଗମ ହେବ। ଅତି ସୁଖୀ ହେବେ। ମତିମାନ୍‌ ଓ ପୁଣ୍ୟକର୍ମୀ ହେବେ।
ତୁଳା: ଅତିମୟ ପୁଣ୍ୟକର୍ମଶୀଳ ହେବେ। ଚିତ୍ର ବିଦ୍ୟା ପରାଦର୍ଶୀ ହୋଇପାରନ୍ତି। ସମ୍ପତ୍ତିବାନ୍‌ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ବାସ୍ଥ୍ୟ ଅତୁଟ ରହିବ। ଉତ୍ତମ ଭୋଜନ ମିଳିବ। ଚିନ୍ତାଧାରା ମହତ ହେବ।
ବିଛା: ଦେବ, ବ୍ରାହ୍ମଣ, ବନ୍ଧୁ ହେତୁକ ଆଶୀର୍ବାଦ ଯୁକ୍ତ ହେବେ। ଶ୍ରୁତି ହେତୁକ କର୍ମ ସାଧନ କରିବେ। ତୀର୍ଥ ସେବାରେ ଧନ ବ୍ୟୟ କରିପାରନ୍ତି। ବିବାଦୀୟ ଘଟଣାରେ ନିରବ ଦର୍ଶକ ସାଜି ପାରନ୍ତି। ସୁସ୍ଥ ଓ ନିରାମୟ ରହିବେ।
ଧନୁ: ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ରାଜକୃପା ଲାଭ କରିବେ। ସେବା କ୍ଷେତ୍ରରେ ନିଜର ପୌରୁଷ ପଣିଆ ପ୍ରତିପାଦନ କରିବେ।
ମକର: କର୍ମକ୍ଷେତ୍ରକୁ ଉଳମୟ କରିପାରନ୍ତି। ଆର୍ଥିକ ସ୍ଥିତି ଦୃଢ଼ ରହିବ। ଶୁଭକାର୍ଯ୍ୟ କରିପାରନ୍ତି। ବିବାଦରେ ବିଜୟୀ ହେବେ। ପ୍ରତାପୀ ହେବେ। କର୍ମକୁ ପ୍ରାଧାନ୍ୟ ଦେବେ। ନିର୍ଦୟ ଓ ବନ୍ଧୁର ହାନିକାରୀ ହୋଇପାରନ୍ତି।
କୁମ୍ଭ: କାର୍ଯ୍ୟରେ ସଫଳତା ମିଳିବ। ଅଧିକ କ୍ଷମତାପ୍ରାପ୍ତ ହେବେ। ତର୍କରେ ବିଜୟୀ ହେବେ। ଦେବ ଭକ୍ତିଯୁକ୍ତ ହୋଇପାରନ୍ତି। ଚାରା ରୋପଣ ଉପରେ ଆଗ୍ରହୀ ହେବେ। କୃଷି ହେତୁକ ଲାଭବାନ୍‌ ହୋଇପାରନ୍ତି।
ମୀନ: ସେବକ ମନୋଭାବର ହୋଇପାରନ୍ତି। ବିପଦର ଆଶଙ୍କା କରି ପୂଜା-ପଦ୍ଧତିରେ ମନ ଦେବେ। ଅସୁସ୍ଥତା ଅନୁଭବ କରିପାରନ୍ତି। ଅର୍ଥାଭାବ ଦେଖା ଦେଇପାରେ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କରେ ଚଳିବାକୁ ପଡ଼ିବ।

Comments are closed.