ସୋମବାର ରାଶିଫଳ ୨୧.୦୬.୨୦୨୧

ମେଷ: କାର୍ଯ୍ୟ ଉତ୍ସାହଜନକ ହେବ। ଦେହ ଦୁର୍ବଳ ରହିଥିବାବେଳେ ମନ ଚଞ୍ଚଳ ରହିବ। ରୋଜଗାର ଧୀରେ, ସୁସ୍ଥେ ବୃଦ୍ଧି ହୋଇପାରେ। ଚାକିରି କ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ହେବ। ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍‌ଙ୍କ ଶୁଭଫଳ।
ବୃଷ: ବିନା ବାଧାବିଘ୍ନରେ ଆଗକୁ ବଢ଼ିବେ। ସୁସ୍ଥ ଓ ନିରାମୟ ରହିବେ। ଆୟ ବୃଦ୍ଧିର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ପ୍ରଶଂସାଭାଜନ ହୋଇପାରନ୍ତି। ଦାନଧର୍ମ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ବିଦ୍ୟାର୍ଥୀଙ୍କ ମଧ୍ୟମ ଫଳ।
ମିଥୁନ: କାର୍ଯ୍ୟ ସନ୍ତୋଷଜନକ ହେବ। ସୁସ୍ଥ ରହିବେ। ମନ ପ୍ରସନ୍ନ ରହିବ। ଚାକିରିରେ ପ୍ରାପ୍ୟ ମିଳିବ। ବିଳମ୍ବ ହୋଇପାରେ। ବ୍ୟବସାୟ ଲାଭଜନକ ହେବ। ପାରିବାରିକ ଜୀବନ ସୁଖପ୍ରଦ ହେବ। ବିଦ୍ୟାର୍ଥୀ ପ୍ରତିଯୋଗୀ ହେବେ।
କର୍କଟ: କୃଷି କାର୍ଯ୍ୟରେ ମନୋନିବେଶ କରିପାରନ୍ତି। ଯାନବାହନ ସୁଖ ମିଳିବ। ଗୃହ ପରିବେଶ ବାସପୋଯୋଗୀ ହେବ। ପରିଶ୍ରମ ଯେତେ ଅଧିକ ହେଲେ ବି ତା’ର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ।
ସିଂହ: ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ସାଂଗଠନିକ କାର୍ଯ୍ୟର ନେତୃତ୍ବ ନେଇପାରନ୍ତି। ସାମାନ୍ୟ ମାତ୍ରାର ଆୟ ବୃଦ୍ଧି ହେବ। ବ୍ୟବସାୟରେ ମଧ୍ୟମ ଫଳ ମିଳିବ। ବିଦ୍ୟାର୍ଥୀ ମନୋଯୋଗୀ ହେବେ।
କନ୍ୟା: କାର୍ଯ୍ୟରେ ସଫଳତା ମିଳିବ। ସୁସ୍ଥ ଓ ନିରାମୟ ରହିବେ। ବିଭିନ୍ନ ସ୍ତରରୁ ଧନାଗମ ହୋଇପାରେ। ଚାକିରିରେ ସ୍ବପଦ-ମର୍ଯ୍ୟାଦା ମିଳିବ। ବ୍ୟବସାୟ ଲାଭଜନକ ହେବ। ଶ୍ରମ ସାର୍ଥକ ହେବ। ବିଦ୍ୟାର୍ଥୀଙ୍କର ଶୁଭଫଳ।
ତୁଳା: ମନୋବଳ ଦୃଢ଼ ରହିବ। ସୁସ୍ଥ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନୂଆବନ୍ଧୁଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଚାକିରିରେ ପଦୋନ୍ନତି ଘଟିପାରେ। ବିଦ୍ୟାର୍ଥୀଙ୍କ ଉଚ୍ଚ ଶିକ୍ଷା ଯୋଗ ଅଛି।
ବିଛା: ଆଉ ନିର୍ଭରଶୀଳ ହେବାକୁ ପଡ଼ିବ ନାହିଁ। କାର୍ଯ୍ୟରେ ଧୀରେ ସୁସ୍ଥେ ଆଗେଇବେ। ଦେହ ସୁସ୍ଥ ରହିବ। ମନୋବଳ ବୃଦ୍ଧି ହେବ। ଆୟ ସ୍ବଳ୍ପ ପରିମାଣର ହେବ। ସମ୍ମାନିତ ହେବେ। ବ୍ୟବସାୟ ଭଲରେ ଚାଲିବ। ବିଦ୍ୟାର୍ଥୀଙ୍କ ଶୁଭଫଳ।
ଧନୁ: ସମସ୍ୟା ସମାଧାନ କରିବାରେ ପାରଙ୍ଗମ ହେବେ। ଆୟ ଆଶାନୁରୂପ ହେବ। ସରକାରୀ ସ୍ତରରୁ ସମ୍ମାନ ମିଳିବା ସହିତ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଲୋକପ୍ରିୟ ହୋଇପାରନ୍ତି। କର୍ମବୀର ହେବେ। ବିଦ୍ୟାର୍ଥୀ ସୁଖୀ ହେବେ।
ମକର: ସାହାଯ୍ୟ ସହଯୋଗ ମିଳିପାରେ। ଆୟ-ବ୍ୟୟ ପ୍ରାୟ ସମାନ୍ତରାଳ ଗତି କରିବ। ଚାକିରି ଜୀବନର ଅଳିଆ ସଫା କରିବାକୁ ଉଦ୍ୟମ ଜାରି ରଖିବେ। ବ୍ୟବସାୟ ଲାଭଜନକ ହେବ। ବିଦ୍ୟାର୍ଥୀଙ୍କ ଚିନ୍ତା ଦୂର ହେବ।
କୁମ୍ଭ: ପରୋପକାରୀ ହେବେ। ସମସ୍ତ ବାଧାବିଘ୍ନ ଥାଇ ମଧ୍ୟ କାର୍ଯ୍ୟରେ ଆଗେଇ​‌ବେ। ମନୋବଳ ଦୃଢ଼ତର ହେବ। ସୁସ୍ଥ ରହିବେ। ସମସ୍ୟା ଦୂର କରିବାରେ ପାରଙ୍ଗମ ହେବେ। ଦୟାର୍ଦ୍ଦଚିତ୍ତ ହୋଇପାରନ୍ତି। ବିଦ୍ୟାର୍ଥୀ ଅଧ୍ୟୟନରତ ହେବେ।
ମୀନ: କାର୍ଯ୍ୟରେ ଆଗୁସାର ହୋଇପାରନ୍ତି। ମନ ପ୍ରଫୁଲ୍ଲ ରହିଥିବା ବେଳେ ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଚାକିରିରେ ପରାଧୀନ ହୋଇପାରନ୍ତି। ବ୍ୟବସାୟରୁ ମଧ୍ୟମ ଫଳ ମିଳିବ। ବିଦ୍ୟାର୍ଥୀ ଉଚ୍ଚ ଫଳପ୍ରାପ୍ତ ହୋଇପାରନ୍ତି।

Comments are closed.