ସୋମବାର ରାଶିଫଳ ୨୪.୦୧.୨୦୨୨

ମେଷ: ଅଜାତ ଶତ୍ରୁ ହୋଇପାରନ୍ତି। ଦିନଟି ବ୍ୟସ୍ତଭରା ହୋଇପାରେ। ଉପକାରୀ ନିକଟରେ କୃତଜ୍ଞ ହେବେ। ନମ୍ରତାର ପ୍ରତୀକ ହେବେ। ଜ୍ୟୋତିର୍ମୟ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ଶୁଭକାର୍ଯ୍ୟ କରଣୀୟ।
ବୃଷ: ଭାଷାରେ ନୂତନ ଦିଗନ୍ତ ସୃଷ୍ଟିକରି ପାରନ୍ତି। ଅତୁଳ ଧନ-ସମ୍ପଦର ଅଧିକାରୀ ହେବେ। ଅଯାଚିତ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ରଚନା ସାବଲୀଳ ହୋଇପାରେ। ଚତୁର୍ବଗ ପ୍ରାପ୍ତ ହେବେ।
ମିଥୁନ: ପତ୍ନୀ ସୁଖଦାୟିକା ହେବେ। ବସ୍ତ୍ର ଓ ପୁଷ୍ପାଦି ବ୍ୟବସାୟରୁ ଧନ ପ୍ରାପ୍ତିର ସୂଚନା ମିଳୁଛି। ନିଷ୍କାମ ଶ୍ରମ ଦାନକରି ଆତ୍ମ ସନ୍ତୋଷ ଲାଭ କରିବେ। ଚାଷାଦି କର୍ମରୁ ବହୁ ଜୀବ ପୋଷକ ହୋଇପାରନ୍ତି।
କର୍କଟ: ଲକ୍ଷ୍ମୀ ବରଦାୟିକା ଅଛନ୍ତି। କାର୍ଯ୍ୟ ଫଳପ୍ରସୂ ହୋଇପାରେ। ଦେବ-ଦ୍ବିଜ ଭକ୍ତ ହେବେ। ସରକାରୀ ସେବା କାର୍ଯ୍ୟ ଲାଭଦାୟକ ହେବ। ଶାନ୍ତ, ଧାର୍ମିକ, ବିନୟୀ ଓ ଦେବ ଆରାଧନାରତ ହେବେ।
ସିଂହ: ଅରଣ୍ୟ ସମ୍ପଦରୁ ଧନ ପ୍ରାପ୍ତ ହେବେ। ପରୋପକାରୀ ହେବେ। ମନ ପରାକ୍ରମରେ ଧନ ଅର୍ଜନ କରିପାରନ୍ତି। ତ୍ୟାଗପୂତ ମନୋବୃତ୍ତିର ହେବେ। ମତିମାନ୍‌ ହେବେ। ଅକ୍ଷୟ କୀର୍ତ୍ତି ଅର୍ଜନ କରିବେ।
କନ୍ୟା: ସଙ୍ଗୀତ ନିପୁଣ, କର୍ମପଟୁ, ଯଥାର୍ଥବାଦୀ, କାବ୍ୟଚେତା, ଭୋକ୍ତା, ଦାତା, ଧନଯୁକ୍ତ, ଧୀର ଓ ସତ୍‌ଚରିତ୍ରଯୁକ୍ତ ହେବେ। ପ୍ରୀତିଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ଓ ନିରାମୟ ରହିବେ।
ତୁଳା: ଶ୍ରେଷ୍ଠାସନରେ ଆସୀନ ହୋଇପାରନ୍ତି। ବହୁ ସମ୍ମାନର ଅଧିକାରୀ ହେବେ। ଧର୍ମ ଅର୍ଜନ ପାଇଁ ଅକୁଣ୍ଠିତ ଚିତ୍ତରେ ଧନ ବ୍ୟୟ କରିପାରନ୍ତି। ଆଚରଣ ଓ ଉଚ୍ଚାରଣରେ ଲୋକାଦୃତ ହେବେ।
ବିଛା: କରିତ୍‌କର୍ମା ହେବେ। ପ୍ରତ୍ୟେକ କାର୍ଯ୍ୟ ସହଜ ସୁଲଭ ହେବ। ବ୍ୟବସାୟାଦିରୁ ବହୁ ଲାଭ ପ୍ରାପ୍ତ ହେବେ। ସୁକର୍ମା ହେବେ। ସତ୍‌ସଙ୍ଗରୁ ଶାନ୍ତି ଓ ତୃପ୍ତିର ସୂତ୍ର ମିଳିବ। ବହୁଜନ ପୋଷକ ହୋଇପାରନ୍ତି।
ଧନୁ: ସେବାକାରୀ ହେବେ। ପରୋପକାରୀ ହୋଇପାରନ୍ତି। ଅନ୍ନଦାତା ହେବେ। ସରକାରଙ୍କ ପ୍ରିୟପାତ୍ର ହେବେ। ଯଶସ୍ବୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଦୟାର୍ଦ୍ରଚିତ୍ତ ହୋଇପାରନ୍ତି।
ମକର: ନିଜ ପରିବାର ଓ ସପକ୍ଷବାଦୀଙ୍କର ହିତକାରୀ ହେବେ। ବିଡ଼ମ୍ବନାଯୁକ୍ତ ହେବେ। ଧର୍ମଅର୍ଜନ ପାଇଁ ଧନ ବ୍ୟୟ କରିପାରନ୍ତି। କ୍ଷମତାଧାରୀ ହେବେ। ବିବାଦୀୟ କାର୍ଯ୍ୟରେ ବିଜୟୀ ହେବେ।
କୁମ୍ଭ: ଭାଷା ଓ ରଚନାବଳୀ ସାବଲୀଳ ହେବ। ପାଣ୍ଡିତ୍ୟର ପ୍ରତିଭା ପରିସ୍ଫୁଟ କରାଇ ପାରନ୍ତି। ଅସୁସ୍ଥ ଥାଇ ବି କାର୍ଯ୍ୟ ସମ୍ପାଦନରେ ଅଗ୍ରଣୀ ଭୂମିକା ଗ୍ରହଣ କରିବେ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ।
ମୀନ: ପତ୍ନୀ, ସୁଦେହୀ, ସୁମତି, ସଧର୍ମଶୀଳଯୁକ୍ତା ହେବେ। କର୍ମଫଳ ଆନନ୍ଦଦାୟକ ହେବ। ରୁଚିକର ଭୋଜନ ମିଳିବ। ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ କାର୍ଯ୍ୟ ସମ୍ପାଦନ କରିବେ। ଦିନଟି ମଙ୍ଗଳମୟ ହେବ।

Comments are closed.