ମୋମୋ ଖାଇ ଫାଟିଲା ଅନ୍ତବୁଜୁଳା

ଦେଶର ବିଭିନ୍ନ ସ୍ଥାନରେ ଯେପରି ହିଁ ଲୋକେ ଚଟପଟା ଖାଦ୍ୟ ନଜରରେ ଆସିବା ମାତ୍ରେ ହିଁ ସଭିଁଙ୍କ ପାଟିରେ ପାଣି ଆସିଯାଏ। ଜଣେ ବ୍ୟକ୍ତି ଅତି ରାଗ ମୋମୋ ଖାଇ ସେହି ବ୍ୟକ୍ତିଙ୍କର ଖୁବ କ୍ଷତି ହୋଇଥିବା ଜଣାପଡ଼ିଛି। ଏଭଳି ଘଟଣା ଚୀନରେ ଘଟିଛି ବୋଲି ଜଣାପଡ଼ିଛି।
ଅତି ରାଗର ମୋମୋ ଖାଇବା ଦ୍ୱାରା ସେହି ବ୍ୟକ୍ତିଙ୍କ ପେଟ ଭିତରେ ଯେପରି କିଛି ଗୋଟେ ବିସ୍ଫୋରଣ ହେବା ଭଳି ଅନୁଭବ ହେଲା। ତାଙ୍କ ପେଟ ଭିତରେ ଅନ୍ତବୁଜୁଳା ( ଖାଦ୍ୟନଳିର ନିମ୍ନ ଭାବ) ଫାଟିଯାଇଥିବା ଜଣାପଡ଼ିଛି। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତି କରାଯାଇଥିଲା।
ବହୁ କଷ୍ଟରେ ଡ଼ାକ୍ତରମାନେ ତାଙ୍କ ଜୀବନ ବଂଚାଇଥିବା ଜଣାପଡ଼ିଛି। ଏବେ ଏହି ଘଟଣା ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେଉଛି। ଉକ୍ତ ବ୍ୟକ୍ତି ଜଣଙ୍କ ୬୩ ବର୍ଷୀୟ ବ୍ୟକ୍ତି ବୋଲି ଜଣାପଡ଼ିଛି। ସେ ନିଜ ରାତି ଖାଦ୍ୟରେ ଅତି ରାଗର ମୋମୋଜ ଖାଇଥିଲେ। କିଛି ସମୟ ପରେ ତାଙ୍କ ପେଟରେ ଖୁବ ଜୋରରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା। କିଛି ଗୋଟେ ଫାଟିବା ଭଳି ମଧ୍ୟ ଶବ୍ଦ ହୋଇଥିଲା। ଧିରେ ଧିରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାକୁ ଲାଗିଲା। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ଡ଼ାକ୍ତରଙ୍କ ମତାନୁଯାୟୀ, ଅତି ରାଗୁଆ ମୋମୋ କାରଣରୁ ତାଙ୍କ ପେଟ ଭିତରେ ଜୋରରେ ଗ୍ୟାସ ହୋଇଥିଲା। ଓ ଖାଦ୍ୟନଳିରେ ଖାଦ୍ୟ ଫସିଯିବାରୁ ଫାଟି ଯାଇଥିଲା। ପୂର୍ବରୁ ମଧ୍ୟ ଉକ୍ତ ବ୍ୟକ୍ତିଙ୍କର ପେଟ ଓ ପାଚନ ଜନିତ ସମସ୍ୟା ରହିଥିଲା, ତେଣୁ ଡ଼ାକ୍ତର ତାଙ୍କୁ ଅଧିକ ମସଲା ଓ ରାଗ ଖାଦ୍ୟ ଖାଇବାକୁ ବାରଣ କରିଥିଲେ। ମାତ୍ର ସେ ଏହାକୁ ଅଣଦେଖା କରି ଏପରି କରିଥିବାରୁ ତାଙ୍କ ଜୀବନ ବିପଦରେ ପଡ଼ିଥିଲା। ଡ଼ାକ୍ତର ବହୁ କଷ୍ଟରେ ତାଙ୍କ ଚିକିତ୍ସା କରିଥିବା ସୂଚନା ମିଳିଛି।

Comments are closed.