ଭାରତ ବଜାରରେ କରୋନା ଔଷଧ ମୋଲନୁପିରାଭିର

ନୂଆଦିଲ୍ଲୀ: କରୋନା ସଂକ୍ରମିତଙ୍କ ଚିକିତ୍ସା ନିମନ୍ତେ ଭୂତାଣୁ ନିରୋଧୀ ଔଷଧ ମୋଲନୁପିରାଭିର ଭାରତ ବଜାରକୁ ଆସିଛି। ସାମାନ୍ୟ ଓ ମଧ୍ୟମ ଧରଣର ଲକ୍ଷଣ ଦେଖାଯାଉଥିବା କରୋନା ସଂକ୍ରମିତଙ୍କୁ ଏହି ଔଷଧ ୫ଦିନ ଖାଇବାକୁ ପଡିବ। ୮୦୦ ମିଲିଗ୍ରାମର ଏହି ବଟିକାକୁ ଦୈନିକ ୨ ହିସାବରେ ୫ଦିନ ଖାଇବାକୁ ହେବ। ନିକଟରେ ଭାରତ ସରକାରଙ୍କ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ପ୍ରତିଷ୍ଠାନ (ସିଡିଏସ୍‌ସିଓ) ଏହି ଔଷଧକୁ ବ୍ୟାବହାରିକ ଅନୁମତି ପ୍ରଦାନ କରିଛନ୍ତି। ଏହି ଔଷଧର ୧୦ଟି ବଟିକାର ବଜାର ଦର ୧୩୯୯ ଟଙ୍କା। ଖାଇବାକୁ ହେଉଥିବା ଏହି ଔଷଧକୁ ଟୋରେଣ୍ଟ, ସିପଲା, ସନ ଫାର୍ମା, ଡକ୍ଟର ରେଡ୍ଡିସ୍, ନାଟକୋ, ମାଇଲାନ ଓ ହେଟେରୋ ଭଳି ଫାର୍ମା କମ୍ପାନୀ ତିଆରି କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ତେବେ ଏମ୍ଏସଡି ଓ ରିଜବ୍ୟାକ ବାୟୋଥେରାପିଟସ୍‌ ଭଳି ଦୁଇ କମ୍ପାନୀ ଏହି ଔଷଧର ବିକାଶ କରିଛନ୍ତି। ଆମେରିକା ଖାଦ୍ୟ ଓ ଔଷଧ ପ୍ରଶାସନ ମଧ୍ୟ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ମୋଲନୁପିରାଭିରକୁ ଅନୁମୋଦନ କରିଛନ୍ତି।

Comments are closed.