ଅଙ୍ଗନବାଡି କର୍ମୀଙ୍କୁ ତାଲିମ ଶିବିର

0

ମୋହନା : ଗଜପତି ଜିଲା ମୋହନା ବିଜୁ କଲ୍ୟାଣ ମଣ୍ଡପଠାରେ ଦୁଇ ଦିନ ଧରି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏସଏଫଡିସି ପକ୍ଷରୁ ମୋହନା ବ୍ଳକର ବିଭିନ୍ନ ଅଙ୍ଗନବାଡି କର୍ମୀଙ୍କୁ ନେଇ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଅଙ୍ଗନବାଡି କେନ୍ଦ୍ର ମାନଙ୍କର ପାଠପଢୁଥିବା କୋମଳମତି ବାଳକ/ବାଳିକା ମାନଙ୍କ ସାମାଜିକ, ଶାରିରୀକ, ମାନସିକ, ବୌଦ୍ଧୀକ, ଆଧ୍ୟାତ୍ମିକତା, ସ୍ୱଜନଶୀଳତାର ବିକାଶ ଘଟିବା ସହିତ ଶିକ୍ଷାର ଅଗ୍ରଗତୀ ଘଟିବା ସମ୍ପର୍କରେ ଅଙ୍ଗନବାଡି କର୍ମୀମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ଏହାସହ ସେମାନଙ୍କୁ ଶିକ୍ଷା ସମ୍ବନ୍ଧୀୟ ଉପକରଣ ପ୍ରସ୍ତୁତ ପ୍ରଣାଳୀ ଉପରେ ଶିକ୍ଷା ଦିଆଯାଇଥିଲା । ଏହି ଶିବିରରେ ମୁଖ୍ୟ ଅତିଥିଭାବେ ମୋହନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବଂଶିଧର ଖୋସଲା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଲୁହାଗୁଡି ସରପଞ୍ଚ ଲକ୍ଷ୍ମୀ ଶବର, ଏସଏପଡିସି ସମ୍ପାଦକ ବିଜୟାନନ୍ଦ ଯୋଗଦେଇଥିଲେ ।

Leave A Reply