ସାମିଙ୍କର ନୂଆ ଟେକନିକ୍‍ : ଏମିତି କରୁଛନ୍ତି ଅଷ୍ଟ୍ରେଲିଆ ଗସ୍ତ ପାଇଁ ପ୍ରସ୍ତୁତି

0

କଲକାତା : ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ସାମି ଅଷ୍ଟ୍ରେଲିଆ ଗସ୍ତ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ସେ ଏକ ନୂଆ ଟେକନିକ୍‍ ସହ ନିଜକୁ ପ୍ରସ୍ତୁତ କରୁଥିବା କହିଛନ୍ତି। ସାମି କୁହନ୍ତି- ସେ ନିଜର ପ୍ରତିଦ୍ୱନ୍ଦୀ ବୋଲର ମାନଙ୍କର ଭିଡିଓ ବାରମ୍ବାର ଦେଖୁଛନ୍ତି। ଏହାକୁ ଦେଖି ସେ ଆଗକୁ ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁଥିବା ସିରିଜ ପାଇଁ ନିଜକୁ ପ୍ରସ୍ତୁତ କରିବା କଥା କହିଛନ୍ତି। ଇଂଲଣ୍ଡ ବିପକ୍ଷ ସିରିଜରେ ଭାରତୀୟ ଦ୍ରୁତ ବୋଲର ଭଲ ପ୍ରଦର୍ଶନ କରିଥିଲେ। ମାତ୍ର ବ୍ୟାଟ୍ସମ୍ୟାନ ମାନଙ୍କର ଖରାପ ପ୍ରଦର୍ଶନ ଯୋଗୁଁ ଦଳ ପରାଜିତ ହୋଇଥିଲା। ଅଷ୍ଟ୍ରେଲିଆ ପାଇଁ ସେ ନିଜର ପ୍ରୟାସ ଜାରି ରଖିବା କଥା କହିଛନ୍ତି।

Leave A Reply