କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା : ୨୫ ଲକ୍ଷ ଟିକା, ୩ ହଜାର ଅମ୍ଳଜାନ ସିଲିଣ୍ଡର ଦାବିକଲେ ନବ

ଭୁବନେଶ୍ବର :  କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ବୁଧବାର ବିଭିନ୍ନ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ କରେନା ମୁକାବିଲା ନେଇ ପଦକ୍ଷେପ ଓ ଟିକାକରଣ ସଂପର୍କରେ ସମୀକ୍ଷା କରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ  ନବକିଶୋର ଦାସ ଏହି ଆଲୋଚନା ସମୟରେ କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଉଥିବା ପଦକ୍ଷେପ ସଂପର୍କରେ ଅବଗତ କରାଇବା ସହ ରାଜ୍ୟକୁ ୨୫ ଲକ୍ଷ ପାନ କୋଭିଡ ଟିକା ଯୋଗାଇବାକୁ ଦାବି କରିଛନ୍ତି । ରାଜ୍ୟରେ ୨୨ ଲକ୍ଷ ହିତାଧିକାରୀ ଦ୍ବିତୀୟ ପାନ ଟିକା ନେବାକୁ ଅପେକ୍ଷା କରିଛନ୍ତି ବୋଲି ଶ୍ରୀ ଦାସ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି।

ସେହିପରି ୩ ହଜାର ଅକ୍ସିଜେନ ସିଲିଣ୍ଡର, ସାନ୍ଧ୍ରକ ଓ ୫୦୦ ଭେଣ୍ଟିଲେଟର ଯୋଗାଇ ଦେବାକୁ ଦାବି କରିଛନ୍ତି । ଅନ୍ୟ ପକ୍ଷରେ ଜାତୀୟ ସ୍ତରରେ ଏକ ୨୪ ଘଣ୍ଟିଆ ହେଲ୍‌ପ ଲାଇନ ପାଇଁ ପରାମର୍ଶ ଦେଇଛନ୍ତି । ୫ ଲକ୍ଷ ପିପିଇ କିଟ୍‌, ୧୦ ଲକ୍ଷ ଏନ-୯୫ ମାସ୍କ ଓ ଗ୍ଲୋବ୍‌ସ ଯୋଗାଇବାକୁ ଶ୍ରୀ ଦାସ ଦାବି କରିଛନ୍ତି । ବହୁସଂଖ୍ୟକ ରାପିଡ ଆଣ୍ଟିଜେନ କିଟ୍‌ ଯୋଗାଇ ଦେବାକୁ ମଧ୍ୟ ସ୍ବାସ୍ଥ୍ୟମନ୍ତ୍ରୀ  ନବକିଶୋର ଦାସ ଅନୁରୋଧ କରିଛନ୍ତି।

Comments are closed.