ମୋହନା ଷ୍ଟେଟ ବ୍ୟାଙ୍କରୁ ସେବା ପାଇବାରୁ ବଞ୍ଚିତ ଉପଭୋକ୍ତା

ମୋହନା :  ଓଡିଶାର ଦ୍ୱିତୀୟ ବୃହତମ ବ୍ଳକ ମୋହନାରେ ରହିଛି ଭାରତୀୟ ଷ୍ଟେଟ ବ୍ୟାଙ୍କ। ଏହି ବ୍ଳକରେ ଗୋଟିଏ ମାତ୍ର ଷ୍ଟେଟ ବ୍ୟାଙ୍କ ରହିଥିବା ବେଳେ ଏହାର ଉପଭୋକ୍ତାଙ୍କ ସଂଖ୍ୟା ସହସ୍ରାଧିକ ରହିଛନ୍ତି। ବ୍ୟାଙ୍କର ଅବସ୍ଥା ବହୁଦିନ ଧରି ଖରାପ  ଥିବାବେଳେ ଜରୁରୀ ସେବାରୁ ବଞ୍ଚିତ ହେଉଛନ୍ତି ଉପଭୋକ୍ତା। ବହୁଦିନ ଧରି ବ୍ୟାଙ୍କରେ ପାସବୁକ୍ ଅପଡେଟ ମେସିନ ଖରାପ ଥିବା ଯୋଗୁଁ ଉପଭୋକ୍ତମାନେ ଅପଟୁଡେଟ କରିନପାରି , ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସ୍ୱାଇପ ମେସିନ ଓ ଜେନେରେଟର ମଧ୍ୟ ବହୁ ଦିନ ଧରି ଅଚଳ ଅବସ୍ଥାରେ ପଡିରହିଛି । ଟଙ୍କା ଜମା କରିବା ମେସିନ ଖରାପ ଥିବା ଯୋଗୁଁ ଟଙ୍କା ଜମାକରିବା ପାଇଁ ଡିପୋଜିଟ୍ ଫର୍ମ ମାଗିଲେ ମିଳୁ ନ ଥିବା ଉପଭୋକ୍ତମାନେ ଅଭିଯୋଗ କରିଛନ୍ତି । ସକାଳ ୯ ଟାରୁ ଏଟିଏମ ଖୋଲା ଯାଇ ଅପରାହ୍ନ ୪ ଟାରେ ବନ୍ଦ କରାଯାଉଛି । ଯାହା ଫଳରେ ଜରୁରୀ ପରିସ୍ଥିତିରେ ଟଙ୍କା ଉଠାଇବା ଓ ବାନ୍ଧିବାରେ ଅସୁବିଧା ହେଉଥିବା ଦେଖିବାକୁ ମିଳୁଛି । ଏଟିଏମଙ୍କୁ ୨୪ ଘଣ୍ଟା ଖୋଲିବା ପାଇଁ ବ୍ଳକବାସୀ ଉଚ୍ଚ କର୍ତୃପକ୍ଷଙ୍କ ଠାରେ  ଅନୁରୋଧ କରିଛନ୍ତି । ଏହି ସମସ୍ତ ଅବ୍ୟବସ୍ଥାର ବ୍ୟବସ୍ଥା କରିବା ପାଇଁ ଏସବିଆଇ ଉପଭୋକ୍ତାମାନେ ଦାବି କରିଛନ୍ତି ।

Comments are closed.