ଦୁର୍ଗାପୂଜା ଉପଲକ୍ଷେ ଶୁଭଖୁଣ୍ଟ ସ୍ଥାପନ

ମୋହନା : ସ୍ଥାନୀୟ ଶ୍ରୀ ନୀଳକଣ୍ଠେଶ୍ଵର ବଣିକ ସଂଘ ପକ୍ଷରୁ ଦୁର୍ଗାପୂଜା ଉପଲକ୍ଷେ ଶୁଭଖୁଣ୍ଟ ସ୍ଥାପନ କରାଯାଇଛି। ଏହି ପରିପେକ୍ଷୀରେ ସ୍ଥାନୀୟ ଶିବ ମନ୍ଦିର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ସଂଘର ସମସ୍ତ ପରିଚାଳନା କମିଟି ସଦସ୍ୟ ଓ କର୍ମକର୍ତ୍ତାମାନଙ୍କ ଉପସ୍ଥିତିରେ ମା’ଙ୍କ ପୂଜା କିଭଳି ଶାନ୍ତି ଶୁଙ୍ଖଳାର ସହ ସମସ୍ତଙ୍କ ସହଯୋଗରେ ଅନୁଷ୍ଠିତ ହେବ ସେ ସଂପର୍କରେ ଆଲୋଚନା କରାଯାଇଥିଲା। ବୈଠକ ଶେଷ ହେବାପରେ ସଂଘର ସମସ୍ତ ସଭ୍ୟ ଢ଼େ।ଲ, ମୃଦଙ୍ଗ , ଶଙ୍ଖ, ଘଣ୍ଟ, ଗିନି, ଖଞ୍ଜଣି ବଜାଇ ପଟୁଆରରେ ବାହାରି ଭୋଗରାଗ, ପୂଜା ସାମଗ୍ରୀ ଓ ମାଁଙ୍କ ବାନା ଧରି ପାଦରେ ଚାଲି ଚାଲି ମା’ ମାଣିକେଶ୍ଵରୀ ମନ୍ଦିରରେ ପହଞ୍ଚି ମା’ଙ୍କୁ ଭୋଗ ଲଗାଇ ପୂଜା ଅର୍ଚ୍ଚନା କରିସାରି ଆସିବା ପରେ ମୁଖ୍ୟ ବଜାର ପାର୍ଶ୍ଵରେ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିବା ପରେ ଶୁଭଖୁଣ୍ଟ ସ୍ଥାପନ କରାଯାଇଥିଲା। ପୂଜାକୁ ଆଡମ୍ବର ସହକାରେ ଆୟୋଜନ କରାଯିବାକୁ ପ୍ରସ୍ତୁତି ବୈଠକରେ ସ୍ଥିର କରାଯାଇଛି। ଏହି ବୈଠକରେ ବଣିକ ସଂଘର ସମସ୍ତ କମିଟି ସଦସ୍ୟ ଓ ସଭ୍ୟମାନେ ଉପସ୍ଥିତ ଥିଲେ।

Comments are closed.