ସଡକ ଦୁର୍ଘଟଣାରେ ଜଣେ ଗୁରୁତର

0

ମୋହନା : ମୋହନା ଥାନା ଅନ୍ତର୍ଗତ କଲେଜ ଛକ ନିକଟ ଲେଡିବନ୍ଧ ରାଜ୍ୟ ରାଜପଥ ୧୭ ବୁଲାଣି ନିକଟରେ ବିଳମ୍ବିତ ରାତିରେ ଏକ ସଡକ ଦୁର୍ଘଟଣା ହୋଇଛି। ବ୍ରହ୍ମପୁର ଠାରୁ ରାୟଗଡା ଯାଉଥିବା ଏହି ବୁଲେରୋ ଗାଡି ନଂ ଓଆର ୧୮ ସି ୦୦୭୭ ନିଜର ଭାରସାମ୍ୟ ରକ୍ଷା କରିନପାରି ଓଲଟି ପଡିଥିଲା। ରାୟଗଡା ଜିଲ୍ଲାର ଚାଳକ ସମିର ସେଠୀ (୨୦) ଗୁରୁତର ଆହାତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ ପ୍ରାଥମିକ ଚିକିତ୍ସା କରାଯିବା ପରେ ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ ବ୍ରହ୍ମପୁର ବଡ ମେଡିକାଲ ପଠାଯାଇଥିବା ଡାକ୍ତର ନିବେଦିତା ପଣ୍ଡା କହିଛନ୍ତି। ସୂଚନାଯୋଗ୍ୟ ଯେ, ଉକ୍ତ ବୁଲାଣି ଠାରେ ବାରମ୍ବାର ଗାଡି ଦୁର୍ଘଟଣା ଗ୍ରସ୍ତ ହେଉଥିବା ବେଳେ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ନଦେବା ଅଂଚଳବାସୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଉଛି। ଠିକାଦାର ମନମୁଖୀ ଭାବେ ରାସ୍ତାର ନିର୍ମାଣ ଯୋଗୁଁ ବାରମ୍ବାର ଧନ ଜୀବନ ନଷ୍ଟ ହେଉଥିବା ଆଗରୁ ନଜିର ରହିଛି। ଏଣୁ ତୁରନ୍ତ ଘାଟି କାଟିବା ସହିତ ରାସ୍ତା ପ୍ରଶସ୍ତିକରଣ କରିବା ପାଇଁ ଅଂଚଳବାସୀଙ୍କ ପକ୍ଷରୁ ପ୍ରଶାସନ ନିକଟରେ ଦୃଢ ଦାବି ହେଉଛି।

Leave A Reply