ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଦୁଷ୍କର୍ମ ; ଅଭିଯୁକ୍ତ ଗିରଫ

ମୋହନା : ଗଜପତି ଜିଲ୍ଲାରେ  କିଛି ଦିନ ହେଲା ନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ହୋଇ ଆସୁଛି। ଏଭଳି ଏକ ଘଟଣା ଘଟିଛି ରା.ଉଦୟଗିରି ଥାନା ଅଞ୍ଚଳରେ । ଜଣେ ନାବାଳିକାଙ୍କୁ ଉକ୍ତ ଗ୍ରାମର ଜଣେ ଯୁବକ ବିବାହର ପ୍ରଲୋଭନ ଦେଖାଇ ବାରମ୍ବାର ଦୁଷ୍କର୍ମ କରିଥିଲେ ।ଘଟଣା ଯେତେବେଳେ ନାବାଳିକାଙ୍କ ଭାଇ ଜାଣିବା ପରେ ରା.ଉଦୟଗିରି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ରବୀନ୍ଦ୍ର ପଣ୍ଡା ଓ ତାଙ୍କ ଟିମ ଗାଁରେ ପହଞ୍ଚି ସମସ୍ତ ତଥ୍ୟ ସଂଗ୍ରହ କରିବା ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ନାବାଳିକାକୁ ଡାକ୍ତରୀ ପରୀକ୍ଷା କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

Comments are closed.