ହିତାଧିକାରୀଙ୍କୁ ମିଳିଲା ଜମି ପଟ୍ଟା, ପଟ୍ଟା ପାଇ ଲୋକେ ବେଶ ଖୁସି

ମୋହନା:  ଗଜପତି ଜିଲ୍ଲା ମୋହନା ତହସିଲ କାର୍ଯ୍ୟାଳୟ ପକ୍ଷରୁ ୩୫ ଜଣ ହିତାଧିକାରୀଙ୍କୁ ଜମି ପଟ୍ଟା ବଣ୍ଟନ କରାଯାଇଛି। ସ୍ଥାନୀୟ ଭାରପ୍ରାପ୍ତ ତହସିଲଦାର ହିମାଂଶୁ ଭୂଷଣ ପଲାଇଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରାଜସ୍ଵ ରଥ ମାଧ୍ୟମରେ ଚନ୍ଦ୍ରଗିରି ରାଜସ୍ଵ ସର୍କଲ ଅଧିନରେ ରହିଥିବା ରାଇପୁର ମୌଜା ଅନ୍ତର୍ଗତ ଲବାରସିଂ ଗ୍ରାମ ପଞ୍ଚାୟତରେ ବସବାସ କରୁଥିବା ବିଭିନ୍ନ ଜାତିର ୩୫ ଲୋକଙ୍କୁ ରାଜ୍ୟ ସରକାରଙ୍କ ୩୪(ଇ)ସର୍ଭେ ଏବଂ ସେଟେଲମେଣ୍ଟ ୧୯୬୨ ନିୟମ ଅନୁସାରେ ଜମିପଟ୍ଟା ପ୍ରଦାନ କରାଯାଇଥିଲା। ଲୋକେ ଜମି ପଟ୍ଟା ପାଇ ଖୁସି ବ୍ୟକ୍ତ କରିବା ସହ ଭାରପ୍ରାପ୍ତ ତହସିଲଦାର ଶ୍ରୀ ପଲାଇଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.