କରୋନାରେ ଚାଲି ଗଲେ ବାପା ,ତିନି ପ୍ରାଣୀ ଏବେ ନିରାଶ

ମୋହନା: ଗଜପତି ଜିଲା ମୋହନା ବ୍ଲକ ଅଧିନ ମୋହନା ପଞ୍ଚାୟତର ହରିଜନ ସାହିର ସୁରଜ ପୋଲେଇ ଗତମାସ ୧୨/୦୬ରେ କରୋନା ଆକ୍ରାନ୍ତ ହୋଇ କଳିଆପଟା କୋଭିଡ ମେଡିକାଲରୁ ଚିକିସ୍ଥିତ ହେବାପରେ ଗୁରୁତର ହେବାରୁ ବ୍ରହ୍ମପୁର ଟାଟା କୋଭିଡ ମେଡିକାଲରେ ଭର୍ତ୍ତି ହୋଇ ଚିକିସ୍ଥିତି ହେଉଥିଲେ। ହେଲେ ତାଙ୍କର ଗତ ୧୧/୦୭ ୪ଟା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର ମୃତ୍ୟୁ ଖବର ପାଇ ପରିବାର ଓ ସାଙ୍ଗ ସାଥୀ ଦୁଃଖରେ ମ୍ରିୟମାଣ ହେବା ସହ ମୋହନା ସହରରେ ଶୋକର ଛାୟା ଖେଳିଯାଇଥିଲା। ତାଙ୍କର ଦୁଇଟି ଝିଅ ଅଛନ୍ତି।

 

ଗୋଟିଏ ଝିଅ ୬ବର୍ଷ ହୋଇଥିବା ବେଳେ ବଡ଼ ଝିଅଟି ୯ବର୍ଷର । ଦୁଇ ଝିଅ ମୋହନା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପାଠ ପଡୁଛନ୍ତି। ସ୍ୱରଜ ଏକ ବାଇକ ଗେରେଜ କରି ପରିବାର ପ୍ରତିପୋଷଣ କରୁଥିଲେ। ଏବେ ସେ କରୋନାରେ ଚାଲିଯିବା ପରେ ଦୁଇ ଝିଅ ଓ ସ୍ତ୍ରୀ ଭାଙ୍ଗି ପଡିଛନ୍ତି। ଦୁଇଟି ପିଲାଙ୍କୁ କିପରି ମଣିଷ କରିବେ ସେ ଚିନ୍ତାରେ ସ୍ତ୍ରୀ ମର୍ମାହତ। ସୁରଜଙ୍କର ସ୍ତ୍ରୀଙ୍କୁ ପରିବାର ଚଳାଇବା କଷ୍ଟସାଧ୍ୟ ହୋଇଯାଇଛି। ସରକାରୀ ସହାୟତା ଯୋଗାଇ ଦେବା ପାଇଁ ପରିବାର ପକ୍ଷରୁ ପ୍ରସାଶନ ନିକଟରେ ନିବେଦନ କରିଛନ୍ତ।

Comments are closed.