ପିକଅପ ଭ୍ୟାନରୁ ୪୫୨ କିଲୋ ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର

ମୋହନା: ଗଜପତି ଜିଲା ମୋହନା ପୁଲିସ ଚଢ଼ାଉ କରି ଏକ ପିକଅପ ଭ୍ୟାନରୁ ୪୫୨ କିଲୋ ଗଞ୍ଜେଇ ଜବତ କରିଥିବା ବେଳେ ଘଟଣାସ୍ଥଳରୁ ଅଭିଯୁକ୍ତ ଚମ୍ପଟ ମାରିଛି। ମୋହନା ଥାନା ପୁଲିସ କନ୍ଧଗଣି ଛକ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ସନ୍ଦେହରେ ଏକ ପିକଅପ ଭ୍ୟାନକୁ ଅଟକାଇଥିଲା। ଏହି ସମୟରେ ଗାଡି ଡ୍ରାଇଭର ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ପୁଲିସ ଗାଡ଼ିକୁ ଯାଞ୍ଚ କରି ସେଥିରୁ ୧୫ ବସ୍ତା ଗଞ୍ଜେଇ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ। ଗଞ୍ଜେଇ ଗାଡିଟି ମୋହନା ଅଞ୍ଚଳରୁ ବାହାର ଜିଲ୍ଲାକୁ ଚାଲାଣ ହେଉଥିବା ଜଣାପଡିଛି। ଫେରାର ଅଭିଯୁକ୍ତକୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ସୁଜିତ କୁମାର ନାୟକ ସୂଚନା ଦେଇଛନ୍ତି। ଉକ୍ତ ଗଞ୍ଜେଇକୁ ମୋହନା ତସିଲଦାର ଶାରଦା ପ୍ରଶନ୍ନ ପଣ୍ଡାଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା।

Comments are closed.