୩୯ଟି ପଦବୀ ପାଇଁ ୨୯୩ ଜଣଙ୍କ ଆବେଦନ ; କୋଭିଡ କଟକଣା ଉଲ୍ଲଙ୍ଘନ

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଲକର ୩୯ଟି ପଞ୍ଚାୟତରେ ଖାଲି ପଡିଥିବା ମିନି ଅଙ୍ଗନବାଡି, ଅଙ୍ଗନବାଡି କେନ୍ଦ୍ର ପାଇଁ ୩୯ଟି ପଦବୀ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାର୍ଥୀ ଚୟନ ପାଇଁ ଆବେଦନ କରାଯାଇଥିଲା । ଏହାର ଶେଷ ତାରିଖ ୧୬/୭ ରହିଥିଲା l ଏହି ୩୯ଟି ପଦବୀ ପାଇଁ ୨୯୩ଜଣ ମହିଳା ଅନଲାଇନ ମାଧ୍ୟମରେ ଆବେଦନ କରିଥିଲେ l  ସେମାନଙ୍କର ସମସ୍ତ ପ୍ରକାର ପ୍ରମାଣପତ୍ର ଯାଞ୍ଚ କରାଯାଇଛି। ଏଥି ପାଇଁ ୪ଟି ଟିମ ଗଠନ କରିଥିଲେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଲଳିତା ମଲ୍ଲିକ। ବିଡିଓ ସାର୍ଥକ ସ୍ଵରଭ ମହାପାତ୍ରଙ୍କ ତତ୍ତ୍ଵଵଧାନରେ  ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି Iଏହି ଯାଞ୍ଚ ସମୟରେ ପ୍ରବଳ ଭିଡ ଜମିଥିଲା ଓ କୋଭିଡ ନିୟମକୁ ଉଲ୍ଲଙ୍ଘନ କରି ଗୋଟିଏ ଘରେ ବିନା ମାକ୍ସରେ ୩୦ରୁ ଉର୍ଦ୍ଧ୍ୱ ମହିଳା ଏକତ୍ରିତ ହୋଇ ବସିଥିଲେ। ବିଡିଓଙ୍କୁ ଏହି ଖବର ଯିବା ପରେ ସେ ଶିଶୁ ବିକାଶ ପ୍ରକଳ୍ପ ଅଧିକlରିଣୀଙ୍କୁ ଜଣାଇବା ପରେ ସେଠାରୁ ଗହଳି ହଟାଯାଇ ବ୍ଲକ ପରିସରରେ ମହିଳା ମାନଙ୍କୁ ଡାକି ବସାଯାଇଥିଲା।

Comments are closed.