ମୋହନାରେ ବାଜପେୟୀଙ୍କ ୯୪ତମ ଜନ୍ମ ଦିବସ ପାଳିତ

0

ମୋହନା : ଭାରତର ପ୍ରିୟ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୪ତମ ଜନ୍ମ ଦିବସ ଆନନ୍ଦ ସହକାରେ ଅନୁଷ୍ଠିତ ହୋଇଯାଇଛି। ମୋହନା ମୁଖ୍ୟ ସଡକ ନିକଟରେ ଥିବା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୃତ୍ତି ନିକଟରେ ଅଟଳ ବିହାରୀ ବାଜପେୟୀଙ୍କ ଫୋଟଚିତ୍ର ରଖାଯିବା ସହ ସର୍ବଧର୍ମ ତଥା ସର୍ବଦଳୀୟ ସମନ୍ୱୟରେ ଏକ ସଭାର ଆୟୋଜନ କରାଯାଇଥିଲା। ଅତିଥିମାନେ ନିଜ ବକ୍ତବ୍ୟରେ ଅଟଳ ବିହାରୀ ବାଜପେୟୀଙ୍କ କର୍ମଠ, ସୁକବି, ସୁବକ୍ତା, ଦେଶଭକ୍ତ ଓ ଭାରତମାତାର ଜଣେ ସୁଯୋଗ୍ୟ ସନ୍ତାନ ଥିଲେ ବୋଲି କହିଥିଲେ। ଶେଷରେ ସମାଜସେବୀ ଶରତ ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply