ବକେୟା ଅର୍ଥ ପୈଠ ନ କରିବାରୁ ମାର୍କେଟ କମ୍ପ୍ଲେକ୍ସ ଦୋକାନକୁ ସିଲ କଲା ପ୍ରଶାସନ

ମୋହନା: ମାର୍କେଟ କମ୍ପ୍ଲେକ୍ସ ବକେୟା ଭଡ଼ା ପଇଠ ନ କରିବାରୁ ଦୋକାନଗୁଡିକୁ ସିଲ କରିଛି ପ୍ରଶାସନ। ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ବଜାରରେ ଥିବା ୩ ଗୋଟି ମାର୍କେଟ କମ୍ପ୍ଲେକ୍ସର ଦୋକାନ ଗୃହ ଗୁଡିକୁ ସମ୍ପୃକ ବ୍ୟବସାୟୀମାନେ ଦୀର୍ଘ ବର୍ଷ ଧରି ରହି ଆସୁଥିଲେ ସୁଦ୍ଧା ପଞ୍ଚୟତକୁ କାମ୍ପ୍ଲେକ୍ସର ନିର୍ଦ୍ଧାରିତ ଭଡା ଦେଉ ନ ଥିଲେ। ଏନେଇ ପଞ୍ଚୟତ ପକ୍ଷରୁ ସଂପୃକ୍ତ ବ୍ୟବସାୟୀମାନଙ୍କୁ ବକେୟା ଥିବା ହଜାର ହଜାର ଟଙ୍କା ତୁରନ୍ତ ପଇଠ କରିବା ପାଇଁ ନୋଟିସ ଦିଆଯାଇଥିଲା।

ହେଲେ ବ୍ୟବସାୟୀମାନେ ଅର୍ଥ ପଇଠ ନ କରିବାରୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ତହସିଲଦାର ସାରଦା ପ୍ରସନ୍ନ ପଣ୍ଡା, ଥାନା ଅଧିକାରୀ ସୁଜିତ କୁମାର ନାୟକ, ଜିପିଇଓ ନରସିଂହ ମାଣ୍ଡାଙ୍ଗୀ ଓ ସ୍ଥାନୀୟ ସରପଞ୍ଚ ନର୍ମଦା ଦଳାଇଙ୍କ ଉପସ୍ଥିତିରେ କମ୍ପ୍ଲେକ୍ସଗୁଡିକୁ ସିଲ କରାଯାଇଛି। ଏଥିସହ କିଛି ଅସାଧୁ ବ୍ୟବସାୟୀମାନେ ଜବରଦଖଲ କରିଥିବା ମାର୍କେଟ କମ୍ପ୍ଲେକ୍ସ ଜମିକୁ ଖୁବ ଶୀଘ୍ର ଉଚ୍ଛେଦ କରାଯିବ ବୋଲି ତହସିଲଦାର ଶ୍ରୀ ପଣ୍ଡା କହିଛନ୍ତି।

Comments are closed.