ନାବାଳିକା ଅପହରଣ ମାମଲାରେ ଅଭିଯୁକ୍ତ ଗିରଫ

ମୋହନା: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ସାନଖଣି ଗାଁର ନାବାଳିକା ଅପହରଣ ମାମଲାରେ ପୁଲିସ ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ରାୟଗଡା ଜିଲ୍ଲା ପଦ୍ମପୁର ଅଞ୍ଚଳରୁ ଗିରଫ କରିଛି । ଗିରଫ ଯୁବକ ଜଣକ ହେଲେ ସାନଖଣି ଗାଁର ଦୀପକ ନାୟକ । ଗତ ମାସ ୧୭ ତାରିଖରେ ସମ୍ପୃକ୍ତ ଯୁବକ ଜଣକ ନାବାଳିକାଙ୍କୁ ଅପହରଣ କରି ନେଇଯାଇଥିବା ବେଳେ ପରିବାର ଲୋକେ ବହୁ ଖୋଜାଖୋଜି କରି ନ ପାଇବା ପରେ ଗତ ୨୩ ତାରିଖରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ନାବାଳିକାକୁ ଡାକ୍ତରୀ ମାଇନା କରି ପରିବାରକୁ ହସ୍ତାନ୍ତର କରିଥିବା ବେଳେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୂଚନା ଦେଉଛନ୍ତି।

Comments are closed.