ମୋହନାରେ କୋଭିଡ ସମୀକ୍ଷା କଲେ ଜିଲ୍ଲାପାଳ

ମୋହନା: ଗଜପତି ଜିଲ୍ଲାପାଳ ଅନୁପମ ସାହା ମୋହନା ବ୍ଲକକୁ ଦିନିକିଆ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଗସ୍ତରେ ଆସି ଶ୍ରୀ ସାହା ପ୍ରଥମେ କାଳିଆପଟା କୋଭିଡ ଗୃହକୁ ଯାଇ ଇସିଜି ଗୃହ, ରଞ୍ଜନରଶ୍ମୀ ଗୃହ ବୁଲି ଦେଖି କର୍ମଚାରୀମାନଙ୍କ ସହ ଆଲୋଚନା କରି ମୋହନା ସମିତି ସଭା ଗୃହରେ କୋଭିଡ ନିୟନ୍ତ୍ରଣ ନେଇ ଏକ ବୈଠକ କରିଥିଲେ। ଉକ୍ତ ବୈଠକରେ ବିଡିଓ଼ ସାର୍ଥକ ସୌରଭ ମହାପାତ୍ର, ତହସିଲଦାର ସାରଦା ପ୍ରସନ୍ନ ପଣ୍ଡା, ଡାକ୍ତର ତ୍ରିଶୂଳ ସେନାପତି, ଡାକ୍ତର ଏମ .ଶିବରାମ, ବିପିଏମ ବିଭୁ ପ୍ରସାଦ କର, ବି କୋଟେଶ୍ୱର ରାଓ ଉପସ୍ଥିତ ଥିଲେ।. ବୈଠକ ସମାପ୍ତ ପରେ ମୋହନା ମେଡିକାଲରେ ନିର୍ମାଣ କରାଯାଇଥିବା କୋଭିଡ ପରୀକ୍ଷା ଗୃହ ପରିଦର୍ଶନ କରିବା ସହ ମୋହନା ବ୍ଲକର ସମସ୍ତ ସରକାରୀ କର୍ମଚାରୀ ସ୍ୱାସ୍ଥ୍ୟ ବିଭାଗ ଓ ଆଶାଜର୍ମୀ, ଅଙ୍ଗନବାଡି କର୍ମୀ ମାନଙ୍କୁ ପ୍ରଶଂସା କରିଥିଲେ।

Comments are closed.