ଜୁଆ ଆଡାରେ ଚଢାଉ ୫ ଗିରଫ

0

ମୋହନା : ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଗ୍ରାମ ନିକଟ ଜଙ୍ଗଲରେ ଜୁଆ ଆଡା ଉପରେ ପୁଲିସ ଚଢାଉ କରି ୫ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି। ଗିରଫ କରି ସେମାନଙ୍କ ଠାର ୫ଟି ବାଇକ୍ ଓ ୪୫୦୦ ଟଙ୍କା ଜବତ କରିଥିବା ଅଡବା ଥାନା ଅଧିକାରୀ ମୁକେଶ ଲାକ୍ର କହିଛନ୍ତି। ଅଡବା ପୁଲିସ ବୁଧବାର ଦିନ ୧୧ଟା ବେଳେ ପେଟ୍ରୋଲିଂରେ ଯାଉଥିବା ସମୟରେ କୌଣସି ସୁତ୍ରରୁ ଖବର ପାଇ ଜଙ୍ଗଲ ମଧ୍ୟରେ ଚାଲିଥିବା ଜୁଆ ଆଡା ଉପରେ ଚଢାଉ କରିଥିଲା। ଗିରଫ ମାନଙ୍କ ମଧ୍ୟରେ ଅନ୍ତରବା ଗ୍ରାମର ଫିଲିପ ମାଳି(୫୨), ପଦର ବୀର(୪୯), ବଦାକୁଆ ଗ୍ରାମର ଅମୀୟ ଶବର(୩୨), ଯୁବଳ ଶବର(୨୨), ଗୋଟା ଶବର(୩୦)କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି। ଏହି ଚଢାଉରେ ଥାନାଧିକାରୀଙ୍କ ସମେତ କର୍ମଚାରୀମାନେ ସାମିଲ ଥିବା ଜଣାପଡିଛି।

Leave A Reply