ବୁଲା ପଶୁ ଓ ପକ୍ଷୀଙ୍କୁ ମିଳୁନି ଖାଦ୍ୟ

ମୋହନା: କରୋନା ମହାମାରୀ ପାଇଁ ସାରା ବିଶ୍ୱବାସୀ ଆଜି ଆତଙ୍କିତ । କରୋନା ପ୍ରଭାବରେ ସାଧାରଣ ଜନତାଙ୍କ ଆର୍ଥିକ ସ୍ଥିତି ଦୋଦୁଲ୍ୟମାନ ହୋଇଯାଇଛି। ଏହାରି ପ୍ରଭାବରେ ଜୀବଜଗତ ପ୍ରଭାବିତ। ସାରା ରାଜ୍ୟରେ ଚାଲିଛି ସଟଡାଉନ ଓ ତାଲାବନ୍ଦ  । ସମସ୍ତ ଦୋକାନ ବଜାର, ହୋଟେଲ,ଫାଷ୍ଟ ଫୁଡ ସେଣ୍ଟର ବନ୍ଦ ଥିବାଯୋର୍ଗୁ ଖାଇବାକୁ ପାଉନାହାନ୍ତି ବୁଲା ପଶୁପକ୍ଷୀ । ଗଜପତି ଜିଲ୍ଲା ମୋହନା ବ୍ଳକର ବିଭିନ୍ନ ଅଞ୍ଚଳରେ ଶହ ଶହ ଗାଈ , ଗୋରୁ ,ଛେଳି, ମେଣ୍ଢା, ମଇଁଷି,କୁକୁରଙ୍କ ସମେତ କୁକୁଡ଼ା, ବଗ, କୁଆ, ପାରା ଆଦି ବିଭିନ୍ନ ପ୍ରକାର ବୁଲା ପଶୁ ପକ୍ଷୀମାନେ ବିଚରଣ କରୁଛନ୍ତି। ବୁଲା ପଶୁମାନେ ଖାଦ୍ୟ ଅଭାବରୁ ଜରି ପଲିଥିନ ଓ ବିଭିନ୍ନ ପ୍ରକାର ଆବର୍ଜନା ପଦାର୍ଥ ଖାଇ ମୃତ୍ୟୁ ବରଣ କରିଥିବାର ନଜର ମଧ୍ୟ ରହିଛି । ଏହି ଅସହାୟ ବୁଲା ପଶୁପକ୍ଷୀ ମାନଙ୍କୁ ଖାଦ୍ୟ ବଣ୍ଟନ ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ପ୍ୟାକେଜ ଏଯାଏଁ କାର୍ଯ୍ୟକାରୀ ହୋଇନାହିଁ ବୋଲି ସାଧାରଣରେ କୁହାଯାଉଛି।

Comments are closed.