ଆର. ଉଦୟଗିରି ତହସିଲଦାରଙ୍କୁ ଆକ୍ରମଣ ଘଟଣା ; ମୁଖ୍ୟ ଅଭିଯୁକ୍ତ ଗିରଫ

ମୋହନା : ଗଜପତି ଜ଼ିଲ୍ଲା ଆର. ଉଦୟଗିରି ତହସିଲଦାର ଏବଂ ପୁଲିସ କର୍ମଚାରୀଙ୍କ ଉପରେ ଛେଳିଗଡ଼ ଖ୍ରୀଷ୍ଟିଆନ ସାହିରେ ଆକ୍ରମଣ ଘଟଣାରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତକୁ ରାମଗିରି ଅଞ୍ଚଳରୁ ପୁଲିସ ଗିରଫ କରିଛି । ଘଟଣାର ତଦନ୍ତ ଆରମ୍ଭ ହୋଇଛି ବୋଲି ଏସଡିପିଓ ଦିଲ୍ଲୀପ କୁମାର ନାୟକ କହିଛନ୍ତି।
ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ ତଥା ଆକ୍ରମଣ ପାଇଁ ଉଷକାଇଥିବା ଛେଳିଗଡ଼ ଖ୍ରୀଷ୍ଟିଆନ ସାହିର ଜାନୁଏଲ ବୀରକୁ ମହେନ୍ଦ୍ରଗଡ଼ ଗ୍ରାମ ନିକଟରୁ ପୁଲିସ ପୂର୍ଵରୁ ଗିରଫ କରିଥିଲା ।
ସୂଚନାଯୋଗ୍ୟ ,  ଗତ ଶୁକ୍ରବାର ଏକ ବିବାହ ଭୋଜି ଆୟୋଜନକୁ ବାରଣ କଲାବେଳେ ତହସିଲଦାର ସ୍ମୃତିରଞ୍ଜନ ଶତପଥୀ ଏବଂ ଥାନା କର୍ମଚାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଅତିଶୀଘ୍ର ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ଆର.ଉଦୟଗିରି ଏସଡିପିଓ ସୂଚନା ଦେଇଛନ୍ତି ।

Comments are closed.