ସଙ୍ଗରୋଧ ଗୃହରୁ ପ୍ରବାସୀ ଫେରାର, ୨ ଦିନ ପରେ ଥାନାରେ ଏତଲା ଦେଲେ ପିଇଓ

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଲୁହାଗୁଡ଼ି ଆଦିବାସୀ ହାଇସ୍କୁଲରେ ହୋଇଥିବା ସଂଘରୋଧ କେନ୍ଦ୍ରରୁ ଆନ୍ଧ୍ର ରାଜ୍ୟରୁ ଆସିଥିବା ପ୍ରବାସୀ ଓଡ଼ିଆ ସ୍କୁଲର ପାଚେରୀ ଡେଇଁ ଫେରାର। ଘଟଣାରୁ ପ୍ରକାଶ ଆନ୍ଧ୍ର ପ୍ରଦେଶ ରାଜ୍ୟ ବିଶାଖାପାଟଣାରୁ ଗତ ୦୯/୦୫ ରେ ଦମାଦୁଆ ପଞ୍ଚାୟତ ଅନ୍ତର୍ଗତ ଘାସପଦା ଗ୍ରାମର ନରେନ୍ଦ୍ର ବିଷୋୟୀ ନାମକ ଜଣେ ପ୍ରବାସୀ ଓଡ଼ିଆ କମଳାପୁର ନାକା ଗେଟରେ ଆସି ପହଞ୍ଚିଥିଲେ। ଆସିଥିବା ୧୭ ଜଣ ପ୍ରବାସୀ ଓଡ଼ିଆଙ୍କ ନାମ ପଞ୍ଜିକୃତ ପରେ ସେମାନଙ୍କୁ ଲୁହାଗୁଡି ଆଦିବାସୀ ହାଇସ୍କୁଲର ସଂଘରୋଧ ଗୃହରେ ରଖାଯାଇଥିଲା। ସେମାନଙ୍କୁ ବିଳମ୍ବରେ ଖାଦ୍ୟ ଦେବାକୁ ନେଇ କେନ୍ଦ୍ରରେ ପ୍ରବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଏହି ଖବର ପ୍ରସାରଣ ପରେ ଭାରପ୍ରାପ୍ତ ବିଡିଓ ଲୋକନାଥ ଦଳବେହେରା ପହଞ୍ଚି ସ୍ଥାନୀୟ ମହିଳା ସଂଘକୁ କହି ସେମାନଙ୍କୁ ଖାଦ୍ୟ ଯୋଗାଇଥିଲେ।

ଏହି ଘଟଣା ଶୁଣି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅନାମ ଚରଣ ପାତ୍ର ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଫେରିବାର ଗୋଟିଏ ଦିନ ପରେ ୧୧/୦୫ ସନ୍ଧ୍ୟା ସମୟରେ ଘାସ ପଦା ଗ୍ରାମର ନରେନ୍ଦ୍ର ବିଷୋୟୀ ପ୍ରବାସୀ ଜଣଙ୍କ ଉପର ମହଲାରୁ ତଳକୁ ତା ପରେ ୬/୭ ଫୁଟ ବିଦ୍ୟାଳୟର ପାଚେରି ଡେଇଁ ଚମ୍ପଟ ମାରିଥିଲେ। ଘଟଣା ଘଟିବାର ଗୋଟିଏ ଦିନ ପରେ ଅର୍ଥାତ ୧୨ ତାରିଖ ରାତ୍ର ୧୨ ଟା ୩୦ରେ ପିଇଓ ମଧୁ ପାଲାକି ବ୍ଳକ ପ୍ରଶାସନ କୁ ଜଣାଇବା ପରେ ମୋହନା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ସ୍ଥାନୀୟ ଥାନା ଏକ ନିଖୋଳ ମାମଲା ୬/୨୧ ରେ ରୁଜ୍ଜୁ କରି ଥାନା ଅଧିକାରୀ ସୁଜିତ କୁମାର ନାୟକ ଓ ଏସଆଇ ପି. ସରବ କିଷନ ଘଟଣାର ତଦନ୍ତ କରୁଥିବା ଜଣାପଡିଛି। ପ୍ରକାଶ ଥାଉ କି ପ୍ରବାସୀ ନିଖୋଜ ହେବାର ୨ ଦିନ ପରେ ପିଇଓ ଥାନାରେ ଏତଲା ଦେବା ଓ ସଂଘରୋଧ ଗୃହରେ ନିୟୋଜିତ ରାତ୍ର ଜଗୁଆଳ ଏକ ମହଲା ଉପରୁ ଡେଇଁ ପ୍ରବାସୀ ନିଖୋଜ ହେବା ସଂପର୍କରେ ଅବଗତ ନ ହେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବାରମ୍ଵାର ଉକ୍ତ ସଂଘରୋଧ କେନ୍ଦ୍ରରେ ବିଭିନ୍ନ ସମସ୍ୟାକୁ ନେଇ ବିଭିନ୍ନ ସମୟରେ ବିଶୃଙ୍ଖଳା ଘଟିବା କାରଣ କଣ ଜଣାପଡ଼ୁନି। ଘଟଣାର ତଦନ୍ତ ଦାବି ହେଉଛି।

Comments are closed.