ରାସ୍ତା କଡରେ ପିପିଇ କିଟ୍, ଲୋକେ ଭୟଭୀତ

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଳକ୍ ଅନ୍ତର୍ଗତ କାଳିଆପଟ୍ଟା କୋଭିଢ଼ କେୟାର ସେଣ୍ଟର ଠାରୁ ମାତ୍ର ୫୦୦ ମିଟର ଦୂରରେ ଜାତୀୟ ରାଜପଥ ୩୨୬ କଲଭର୍ଟ ନିକଟରେ ବ୍ୟବହାର ହୋଇଥିବା ଗୋଟିଏ ପିପିଇ କିଟ ଓ ଏକହଳ ଗ୍ଲୋବସ ପଡ଼ିଥିବା ବେଳେ ସେଠାରୁ ଆଉ ଅଳ୍ପ ଦୂରରେ କାଜୁ ବଗିଚା କଡରେ ଆଉ ଏକ ହଳ ପିପିଇ କିଟ୍ ପତି ରହିଛି । ସେହି କିଟକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ରହିଛନ୍ତି। ଖବର ପାଇ ଗଣମାଧ୍ୟମ ପ୍ରତିନିଧିମାନେ ଘଟଣା ସ୍ଥଳରେ ପହଞ୍ଚି ଫଟୋ ଉଭୋଳନ କରି ଓ ଖବର ସଂଗ୍ରହ କରି କୋଭିଡ୍ ଦାୟିତ୍ୱରେ ରହିଥିବା ଡାକ୍ତର ଏମ୍. ଶିବରାମଙ୍କୁ ପଚାରିବାରୁ ଏହି ପିପିଇ କିଟ ଆମ କୋଭିଡ ସେଣ୍ଟରର ନୁହଁ, ଏହା ଆଗରୁ ଆମ ସେଣ୍ଟରରେ ବ୍ୟବହାର କରାଯାଉଥିଲା, ଏହା ବର୍ତ୍ତମାନ ଆମ ପାଖରେ ନାହିଁ। ଏହା ଉଦୟଗିରି ପଟୁ ଆସିଥିବା ରୋଗୀଙ୍କର କିଟ ହୋଇଥାଇପାରେ ବୋଲି କହିଛନ୍ତି। ଖବର ପ୍ରଚାରିତ ହେବା ପରେ ପ୍ରଶାସନ ଉକ୍ତ କିଟ୍ ୨ଟିକୁ କୋଭିଡ଼ ହସପିଟାଲକୁ ନେଇଯାଇଛନ୍ତି।

Comments are closed.