ଅନୁସୁଚିତ ଜନଜାତି ପ୍ରତିନିଧିଙ୍କ କ୍ଷେତ୍ର ପରିଦର୍ଶନ

0

ମୋହନା : ଗଜପତି ଜିଲା ମୋହନା ବ୍ଳକରୁ ମୋଟ ୨୫୫ ଜଣ ଯାତ୍ରୀଙ୍କୁ ନେଇ ଓଡିଶା ଟୁରିଜିମର ୬ଟି ବସ ଭୁବନେଶ୍ୱରର ନନ୍ଦନକାନନ, ପ୍ଲାନେଟୋରିୟମ, ଖଣ୍ଡଗିରି, ଉଦୟଗିରି, ଧଉଳିଗିରି, ସଚିବାଳୟ, ଏକାମ୍ର ଉଦ୍ୟାନ ସମେତ କୋଣାର୍କ ମନ୍ଦିର ଭଳି ବିଭିନ୍ନ ଦର୍ଶନୀୟ ସ୍ଥାନ ପରିଭ୍ରମଣ କରିବା ଉଦେଶ୍ୟରେ ଯାଇଥିବା ଜଣାପଡିଛି। ରାଜ୍ୟ ଭିତରେ ଲୁଚି ରହିଥିବା ପାରମ୍ପରିକ ସଂସ୍କୃତି, ଐତିହାସିକ ଓ ପୁରୁଣା କିର୍ତ୍ତି ରାଜିକୁ ପ୍ରତିନିଧିମାନେ ଦର୍ଶନ କରିବା ସହିତ ପୁରୁଣା ଘଟଣାବଳୀ ବିଷୟରେ ଜ୍ଞାନ ସଂଗ୍ରହ ପାଇଁ ଯାଇଥିବା ମୋହନା ବ୍ଳକ ସମାଜ କଲ୍ୟାଣ ଅଧିକାରୀ ସିମାଞ୍ଚଳ ବେହେରା କହିଛନ୍ତି। ଜିଲ୍ଲା ଏସଡିସି ମେମ୍ବର ରଞ୍ଜିବ ଶବର, ବାଲେନ୍ତିନ ମାଝୀ, ରାମ ଦଳବେହେରା, କାନ୍ଦ୍ରା ଶବର, ବାଡିଷା ମାଝୀ ଓ ଲାଜାର ମାଝୀଙ୍କ ସହାୟତାରେ ଏସସ୍କର୍ଟ କର୍ମଚାରୀ ମୁରଲୀ ଚୌଧୁରୀ, ବାଳକୃଷ୍ଣ ସାହୁ, ବିଜୟ ପଟ୍ଟନାୟକ ରହିଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲା ପିଏଆଇଟିଡିଏ ଶେଷଦେବ ମିଶ୍ର ଉପସ୍ଥିତ ରହି କ୍ଷେତ୍ର ପରିଦର୍ଶନରେ ବାହାରି ଥିବା ଯାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

Leave A Reply