ବରିଷ୍ଠ ଓକିଲ ଓ ବିଜେଡ଼ି ନେତାଙ୍କ ଅକାଳ ବିୟୋଗ

ମୋହନା : ଗଜପତି ଜିଲ୍ଲା ମୋହନାର ଜଣେ ବରିଷ୍ଠ ଓକିଲ ତଥା ବିଜେଡି ନେତା ଭାବେ ପରିଚିତ ଥିବା ରାଜେନ୍ଦ୍ର କୁମାର ନାୟକଙ୍କ ଶୁକ୍ରବାର ଦିନ ମଧ୍ୟ ରାତ୍ରୀରେ ଅକାଳ ବିୟୋଗ ଘଟିଛି । ସେ କିଛିଦିନ ହେଲା ଅସୁସ୍ଥ ଥିଲେ । ଏହି ଖବର ଅଞ୍ଚଳବାସୀ ଶୁଣିବାପରେ ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା। । ସେ ମୋହନା ଓକିଲ ସଂଘର ପୂର୍ବତନ ସଭାପତି ଥିଲେ ଏବଂ ବିଜେଡ଼ି ଦଳର ଜଣେ ଆଗଧାଡିର ନେତା ରୂପେ ଜିଲ୍ଲାରେ ଜଣାଶୁଣା ଥିଲେ। ତାଙ୍କ ମୃତ୍ୟୁ ଖବର ଶୁଣି ବିଜେଡ଼ିର କର୍ମକର୍ତ୍ତାମାନେ ଦୁଃଖ ପ୍ରକାଶ କରିଛନ୍ତି । ତାଙ୍କ ଆତ୍ମାର ସଦଗତି ନିମନ୍ତେ ଅଞ୍ଚଳବାସୀ ନିରବ ପ୍ରାର୍ଥନା କରିଛନ୍ତି ।

Comments are closed.