ଜିଲ୍ଲାପାଳଙ୍କ ମୋହନା ବ୍ଳକ ଗସ୍ତ

ମୋହନା: ଗଜପତି ଜିଲ୍ଲାପାଳ ଅନୁପମ ସାହା ଗସ୍ତରେ ଆସି ବ୍ଳକ କନ୍‌ଫରେନ୍ସ ହଲ, ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଗୁଣ୍ଡିମା ଆଦର୍ଶ ବିଦ୍ୟାଳୟଠାରେ ରହିଥିବା କୋଭିଡ କେୟାର ସେଣ୍ଟର ପରିଦର୍ଶନ କରିବା ସହ କୋଭିଡ୍‌ କାର୍ଯ୍ୟର ସମୀକ୍ଷା କରିଥିଲେ। ବ୍ଳକ ଅଧିକାରୀମାନଙ୍କ ଉପସ୍ଥିତିରେ କୋଭିତ-୧୯ର ମୁକାବିଲାରେ ଯେଭଳି ଖିଲାଫ ନ ହେବ ସେ ସମ୍ପର୍କରେ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ।

ବିଡିଓ ଲୋକନାଥ ଦଳବେହେରା, ଅତିରିକ୍ତ ତହସିଲଦାର ଆଶିଷ କୁମାର ପ୍ରଧାନ ସହକାରୀ ଯନ୍ତ୍ରୀ ଜଗବନ୍ଧୁ ଆଚାର୍ଯ୍ୟ, କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ସାହୁ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ।

Comments are closed.