କରୋନାର ଦ୍ୱିତୀୟ ଲହର ଝଟକା, ରାସନ ସାମଗ୍ରୀର ବ୍ୟାପକ କଳାବଜାରୀ

ମୋହନା: ସାରା ବିଶ୍ୱ କରୋନା ମହାମାରୀ କବଳରେ ରହିଥିବାବେଳେ ଏହା ପୁଣିଥରେ ଆମ ଦେଶରେ ଘାତକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆହୁରି ଅଧିକ ସଂକ୍ରାମକ ହୋଇଥିବାରୁ ପୂର୍ବାପେକ୍ଷା କଟକଣା ଅଧିକ କଠୋର କରାଯିବାର ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ଦ୍ବିତୀୟ ଲହରରେ ପୁଣି ସଂକ୍ରମିତଙ୍କ ସଂଖ୍ୟା ଗଜପତି ଜିଲାରେ ବୃଦ୍ଧି ପାଉଥିବା ଫଳରେ ଓଡ଼ିଶାରେ ମଧ୍ୟ ଦିନକୁ ଦିନ କରୋନାର ପ୍ରଭାବ ବଢିଚାଲିଛି। ମୋହନା ମଧ୍ୟ ସେଥିରୁ ବାଦ ପଡିନି । ଦିନକୁ ଦିନ ପଜିଟିଭଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ସଟ ଡାଉନ ଓ ନାଇଟ କର୍ଫ୍ୟୁ ପାଇଁ ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳରେ ବହୁ ବ୍ୟବସାୟୀ କଳାବଜାରୀ ଖୁଚୁରା ବଜାରରେ ଅତ୍ୟାବଶ୍ୟକୀୟ ସାମଗ୍ରୀ କଳାବଜାର କରୁଥିବା ଶୁଣିବାକୁ ମିଳୁଛି । କରୋନା କଟକଣାର ଆଳ ଦେଖାଇ କେତେକ ବେପାରୀ ଧାର୍ଯ୍ୟ ଦର ଠାରୁ ଅଧିକ ଟଙ୍କାରେ ନିତ୍ୟ ବ୍ୟବହୃତ ସାମଗ୍ରୀ ବିକ୍ରି କରୁଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ଉପଜିଲାପାଳ ସଂଗ୍ରାମଶେଖର ପଣ୍ଡା କହିଛନ୍ତି କୌଣସି ବେପାରୀ ଅଧିକ ଦରରେ ସାମଗ୍ରୀ ବିକ୍ରି କଲେ ସେମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ଦୋକାନ ଉପରେ ଚଢ଼ଉ କରାଯିବ ଏବଂ ଦୋକାନର ସମ୍ମୁଖରେ ଖାଉଟି ସାମଗ୍ରୀର ଦର ତାଲିକା ମରାଯିବ।

 

ଵିଶେଷକରି ତମାଖୁ ଜାତୀୟ ଯେପରିକି ଗୁଟଖା, ଖଇନି, ନାଶ ଓ ସିଗାରେଟ ଆଦି ତମାଖୁ ବହୁଳ ପରିମାଣରେ କଳାବଜାରୀ ଚାଲିଛି। ନିର୍ଦ୍ଧିଷ୍ଟ ମୂଲ୍ୟ ଠାରୁ ବେଶ ଚଢା ଦରରେ କଳାବଜାରୀ  ଖୋଲା ବଜାରରେ ବିକ୍ରି କରୁଥିବା ଦେଖିବାକୁ ମିଳୁଛି। ଆଗକୁ ଅନ୍ୟ ସାମଗ୍ରୀ ଯେପରିକି ରାସନ, ପନିପରିବା ,ଖାଉଟି ତେଲ ଆଦି ଅତ୍ୟାବଶ୍ୟକୀୟ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ଘଟିବାର ସମ୍ଭାବନା ବହୁ ପରିମାଣରେ  ରହିଛି l ଏଣୁ ଆଗକୁ ଖାଉଟିମାନେ ଯେପରି ଏହି ଦଶା ନ ଭୋଗନ୍ତୁ ତେଣୁ ସରକାରୀ ଅଧିକାରୀମାନେ ଏଥି ପ୍ରତି ଦୃଷ୍ଟି ଦେଇ କଳାବଜାରୀ କରୁଥିବା ଲୋକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବି ମହଲରୁ ଦାବୀ ହେଉଛି

Comments are closed.