ନାକାଗେଟ ଓ କୋଭିଡ କେୟାର ସେଣ୍ଟର ପରିଦର୍ଶନ କଲେ ଜିଲ୍ଲାପାଳ

ମୋହନା: ଗଜପତି ଜିଲ୍ଲାପାଳ ଅନୁପମ ସାହା ତୋଫାନୀ ଗ୍ରସ୍ତରେ ମୋହନା ବ୍ଳକର ଲୁହାଗୁଡ଼ି ପଞ୍ଚାୟତ ଅନ୍ତର୍ଗତ କମଳାପୁର ଛକ ନିକଟରେ ରହିଥିବା ନାକା ଗେଟରେ ପହଞ୍ଚି ବାହାର ଜିଲ୍ଲା ଓ ରାଜ୍ୟରୁ ଆସୁଥିବା ପ୍ରବାସୀମାନଙ୍କ କରୋନା ସମ୍ବନ୍ଧୀୟ ଲକ୍ଷଣ (ସାଟିଫିକେଟ୍) କଡ଼ାକଡ଼ି ଭାବେ ଯାଞ୍ଚ କରିବା ସହ କରୋନା ପଜିଟିଭ ଥିଲେ ହୋମ ଆଇସୋଲେସନ୍ ରହିବା ପାଇଁ ପରାମର୍ଶ ଦେଇଛନ୍ତି। ସେ ପ୍ରବାସୀମାନଙ୍କ ପଞ୍ଜିକରଣ କରିବା ଓ ନିକଟରେ ରହିଥିବା ଆଇସୋଲେସନ ଗୃହ ବୁଲି ଦେଖିଥିଲେ। ପରେ କାଳିଆପଟ୍ଟା ଗ୍ରାମ ନିକଟରେ ରହିଥିବା ଚନ୍ଦ୍ରଗିରି ଆଇଟିଆଇ କୋଭିଡ କେୟାର ସେଣ୍ଟର ପରିଦର୍ଶନ କରିଥିଲେ।

କରୋନା ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ରହିଥିବା କୋଠରୀ, ପାନୀୟ ଜଳର ସୁବିଧା, ଅକ୍ସିଜେନ୍‌ ଗୃହ ଓ କୋଠରୀଗୁଡ଼ିକ ବୁଲି ଦେଖିଥିଲେ। ମୋହନା ତହସିଲଦାର ତଥା ଭାରପ୍ରାପ୍ତ ବିଡିଓ କଲ୍ୟାଣୀ ସଙ୍ଘମିତ୍ରା ଦେବୀ, ବ୍ଳକ ସହକାରୀ ଯନ୍ତ୍ରୀ ଜଗବନ୍ଧୁ ଆଚାର୍ଯ୍ୟ, ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସାଧିକାରୀ ଡ. ଅମୃତରାଜ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.