କିରାସିନି ଢ଼ାଳି ବଧୂ ହତ୍ୟା ଘଟଣା, ଛତ୍ରପୁର ସାଇଣ୍ଟିଫିକ୍ ଟିମ୍ ଓ ମୋହନା ପୁଲିସ୍ ଘଟଣା ସ୍ଥଳ ପରିଦର୍ଶନ

ମୋହନା: ସ୍ଥାନୀୟ ଥାନା ଅନ୍ତର୍ଗତ ଗୋଠକୋଳି ଗ୍ରାମରେ ଗତ ଶନିବାର ଦିନ ଅପରାହ୍ନରେ ମାନିନୀ ବେହେରା (୨୫) ନାମ୍ନୀ ଜଣେ ବିବାହିତା ମହିଳାଙ୍କୁ ଅକଥନୀୟ ଭାବେ ଶ୍ୱଶୁର ଘର ଲୋକମାନେ ହାତଗୋଡ଼ ବାନ୍ଧି ପାଟିରେ କନା ବିଣ୍ଡା ଦେଇ ଦେହରେ କିରାସିନି ଓ ଡିଜେଲ ଢ଼ାଳି ନିଆଁ ଲଗାଇ ଜଳନ୍ତା ଅବସ୍ଥାରେ ପୋଡିଦେବା ଘଟଣାରେ ସୋମବାର ଗଞ୍ଜାମ ଜିଲ୍ଲା ଛତ୍ରପୁର ସାଇଣ୍ଟିଫିକ୍ ଟିମ୍ ଓ ମୋହନା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଘର ମଧ୍ୟରୁ ଅଧା ପୋଡା ଲୁଗା, ଟବାଲ, ପୁରୁଣା ତେକ୍ଚି ଓ ବିଭିନ୍ନ ରକମର ବସ୍ତୁ( ପଦାର୍ଥ) ସଂଗ୍ରହ କରି ଫେରିଛି। ଘର ମଧ୍ୟରୁ ଜବତ ପଦାର୍ଥ ଗୁଡ଼ିକୁ ପରୀକ୍ଷା ନିରୀକ୍ଷା ପରେ ପ୍ରକୃତ ଘଟଣାର ସତ୍ୟାସତ୍ୟା ଓ ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ଘଟଣାରେ କେଉଁମାନେ ସଂଶ୍ଳିଷ୍ଟ ଅଛନ୍ତି ଜଣାପଡିବ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି।

Comments are closed.