ମୋହନା ଚର୍ଚ୍ଚଠାରୁ ଚାନ୍ଦିପୁଟ ଗୁମ୍ଫା ପର୍ଯ୍ୟନ୍ତ ପୂଣ୍ୟ କ୍ରୁଶ ପଦଯାତ୍ରା

ମୋହନା:ସ୍ଥାନୀୟ ବ୍ଳକରେ ବସବାସ କରୁଥିବା ଖ୍ରୀଷ୍ଟଧର୍ମାବଲମ୍ବୀମାନଙ୍କ ପକ୍ଷରୁ ଶୁଭ ଶୁକ୍ରବାର(ଗୁଡ୍ ଫ୍ରାଇଡେ) ପାଳନ ହେବାର ଦୁଇ ଦିନ ପୂର୍ବରୁ ପୂଣ୍ୟ କ୍ରୁଶ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବ୍ଳକର ବିରିକୋଟ, ଅଡ୍‌ବା, ବଡ଼ଖଣି, କୁଟିଗୁଡ଼ା, ଶୁଖିଲାଆମ୍ବ, ଶାନ୍ତି ନଗର, ଲିଲିଗଡ଼, ଚାନ୍ଦିପୁଟ, ଆଲିଗଣ୍ଡା, ଦମାଦୁଆ, ରାଇସିଂ, ରଙ୍ଗମାଟିଆ ଆଦି ଅଞ୍ଚଳର ଖ୍ରୀଷ୍ଟବିଶ୍ୱାସୀ ସେବାଭଗ୍ନି, ଧର୍ମଯାଜକମାନେ ମୋହନା ସେଣ୍ଟ ପିଟର ଚର୍ଚ୍ଚ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଚାନ୍ଦିପୁଟ ଚର୍ଚ୍ଚଗୁମ୍ଫା ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ। ରାସ୍ତାର ବିଭିନ୍ନ ଛକଠାରେ ଧର୍ମଯାଜକ ଯୀଶୁଙ୍କ ଅମୃତ ବାଣୀ ପଠନ କରି ଭକ୍ତମାନଙ୍କୁ ଶୁଣାଇଥିଲେ। ଚାନ୍ଦିପୁଟ ଚର୍ଚ୍ଚ ଗୁମ୍ଫା ଠାରେ ସମସ୍ତେ ଏକତ୍ରିତ ହୋଇ ଯଜ୍ଞ ଉତ୍ସର୍ଗ କରିଥିଲେ। ପ୍ରାର୍ଥନା, ଉପାସନା ଓ ଉପବାସ ରହି ସଂସାରର ମଙ୍ଗଳ କାମନା କରିବା ସହିତ ପାପରୁ ମୁକ୍ତି ପାଇବାପାଇଁ ଏହି ପଦଯାତ୍ରାର ମୁଖ୍ୟ ଉଦେଶ୍ୟ ବୋଲି ଫାଦର ସଞ୍ଜିବ କୁମାର ବୀର କହିଥିଲେ। ଏହି ପଦଯାତ୍ରାରେ ଫାଦର ବାଲେନ୍ତ୍ରିନ ଉଠାଣ ସିଂ, ପିତର ଛିଞ୍ଚାଣି, ଶଶୀକାନ୍ତ ମାଳୀ, ଦୀନବନ୍ଧୁ ନାୟକ ପ୍ରମୁଖ ଧର୍ମଯାଜକ ସାମିଲ ଥିଲେ।

Comments
Loading...