୪ କୁଇଣ୍ଟାଲ ୧୪କିଲୋ ୫୦୦ ଗ୍ରାମ ଗଞ୍ଜେଇ ଜବତ, ୪ ଗିରଫ

ମୋହନା: ଗଜପତି ଜିଲ୍ଲା ପାଲଟିଛି ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କ ଚରାଭୂଇଁ। ମୋହନା, ରାଉଦୟଗିରି, ନୂଆଁ ଗଡ଼ ଅଞ୍ଚଳରୁ ଗଞ୍ଜେଇ ମାଫିଆଙ୍କ ଚେର ଲମ୍ବିଛି ସୁଦୂର ହରିଆନା, ବିହାର ଓ ଛଡ଼ିଶଗଡ଼ ରାଜ୍ୟକୁ। ସ୍ଥାନୀୟ ପୁଲିସର କଡ଼ାପହରା ସତ୍ତ୍ୱେ ଅଭିନବ ଉପାୟରେ ମାଫିଆମାନେ ଗଞ୍ଜେଇ କାରବାର କରିବାକୁ ଅଣ୍ଟାଭିଡ଼ିଥିବା ଦେଖିବାକୁ ମିଳୁଛି।

 

ଗୁରୁବାର ଅଡବା ଥାନା ଏସ୍‌ଆଇ ଚନ୍ଦନ ଦାସ ଓ କର୍ମଚାରୀମାନେ ରାଇପଙ୍କା, ନଳାଘାଟ ଓ ବିରିକୋଟ ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଏକ ମାକ୍ସ ପିକ୍ ଅପ୍ ଗାଡ଼ି ନଂ(ଡ଼ବ୍ଲ୍ୟବି୫୭ ଡ଼ି୯୭୬୦) ଦୃତ ଗତିରେ ରାଇପଙ୍କା ଅଞ୍ଚଳରୁ ଗଞ୍ଜେଇ ସଂଗ୍ରହ କରି ଯାଉଥିବା ବେଳେ ପୁଲିସ୍ ସନ୍ଦେହରେ ହାଡୁପଦର ଛକ ଠାରେ ଅଟକାର ଗାଡ଼ିକୁ ଯାଞ୍ଚ କରିବାବେଳେ ଅଭିନବ ଉପାୟରେ ଗାତିର ଡାଲା ଉପରେ ଚାଦର, ବେଡସିଟ୍ବ୍ୟାଗ ରଖାଯାଇଥିବାବେଳେ ତଳଭାଗରେ ଜରି ବସ୍ତାରେ ଗଞ୍ଜେଇ ବସ୍ତା ଗୁଡ଼ିକୁ ରଖାଯାଇଥିଲା। ପୁଲିସ ଗଞ୍ଜେଇ ବସ୍ତା ଗୁଡ଼ିକୁ ଜବତ କରିବା ସହ ରାୟଗଡ଼ା ଜିଲ୍ଲା ପଦ୍ମପୁର ଗ୍ରାମର କିଶୋର ଯେନା(୨୨-ଡ୍ରାଇଭର) ହରିଆନା ରାଜ୍ୟର ମାୟାରାମ(୨୪).ସନ୍ତୋଷ ଦେବୀ(୩୬), ଅଙ୍ଗୁରୀ(୪୧)କୁ ଗିରଫ କରିଥିଲା। ମୋହନା ଅତିରିକ୍ତ ତହସିଲଦାର ଆଶିଷ କୁମାର ପ୍ରଧାନଙ୍କ ଉପସ୍ଥିତିରେ ଗଞ୍ଜେଇ ବସ୍ତା ଗୁଡ଼ିକୁ ଓଜନ କରାଯିବାରୁ ସମୁଦାୟ ୪ କ୍ଵିଣ୍ଟାଲ ୧୪କିଲେ। ୫୦୦ ଗ୍ରାମ ଗଞ୍ଜେଇ ହୋଇଥିଲା। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତ ଅଧିକାରୀ ପୁଲିସ୍ ଏସ୍ଆଇ ହୃଷିକେଶ ପଣ୍ଡା ସୂଚନା ଦେଇଛନ୍ତି।

Comments are closed.