ମୋହନାରେ ଘନ କୁହୁଡି, ଯାତାୟତ ବାଧାପ୍ରାପ୍ତ

ମୋହନା : ମୋହନା ବ୍ଳକର ବିଭିନ୍ନ ପଞ୍ଚାୟତରେ ଦିନକୁ ଦିନ ଶୀତର ପ୍ରକୋପ ବୃଦ୍ଧିା ପାଉଥିବାବେଳେ କୁହୁଡିର ଆସ୍ତରଣ ସକାଳ ପ୍ରାୟ ୮ଟା ପର୍ଯ୍ୟନ୍ତ ଲାଗି ରହୁଛି। ବିଭିନ୍ନ ପ୍ରକାର ଯାନବାହାନ ସହ ରାତ୍ରୀ ପରିବହନ ବସ ଗମନାଗମନରେ ବାଧା ସୃଷ୍ଟି ହେଉଛି। ଶୀତରୁ ରକ୍ଷାପାଇବା ପାଇଁ ଲୋକେ ସ୍ବେଟର, ମଫଲର, ଟୋପି, ଗ୍ଳୋବସ୍ ଆଦି ଉଲ୍‌ରେ ତିଆରି ସାମଗ୍ରୀ ପରିଧାନ କରୁଥିବା ଦେଖିବାକୁ ମିଳୁଛି। ଶୀତ ଦାଉରୁ ରକ୍ଷା ଓ ଶୀତର ମଜା ନେବାକୁ ଲୋକେ ବିଭିନ୍ନ ଖୋଲା ସ୍ଥାନରେ ବ୍ୟାୟାମ କରୁଥିବା ଏବଂ ପାଦରେ ଚାଲି ଚାଲି ବହୁ ଦୂର ଯାଉଛନ୍ତି। ଚଳିତ ବର୍ଷ  ଗଜପତି ଜିଲ୍ଲାରେ ଅଧିକ ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ତରଫରୁ ଜଣାପଡିଛି।

Comments are closed.