ଲୁହାଗୁଡି ନୂତନ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ଉଦଘାଟନ କଲେ ମୋହନା ବିଧାୟକ

ମୋହନା : ଗଜପତି ଜିଲା ମୋହନା ବ୍ଳକ ଅନ୍ତର୍ଗତ ଲୁହାଗୁଡି ଗ୍ରାମ ପଞ୍ଚାୟତର କାର୍ଯ୍ୟାଳୟ ଗୃହକୁ ସ୍ଥାନୀୟ ବିଧାୟକ ଦାଶରଥୀ ଗମାଙ୍ଗ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅବସରରେ ୧୦୪ଜଣକୁ ମିଳିଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ୪୭ଟି ଗୃହ ନିର୍ମାଣ କାର୍ଯ୍ୟ କମ ସମୟ ମଧ୍ୟରେ ସମାପ୍ତ ହୋଇଥିବାରୁ ଉକ୍ତ ବ୍ୟକ୍ତିମାନଙ୍କୁ ବିଧାୟକ କମ୍ବଳ ପ୍ରଦାନ କରିଥିଲେ। ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବଂଶିଧର ଖୋସଲା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଯେଉଁ ବ୍ୟକ୍ତି ଅତିଶୀଘ୍ର ଘରକାମ ସମାପ୍ତ କରିବେ ତାଙ୍କୁ ସମ୍ମାନିତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷା ସୁକୀ ଶବର, ସହକାରୀ ଯନ୍ତ୍ରୀ ଜଗବନ୍ଧୂ ଆଚାର୍ଯ୍ୟ, ସରପଞ୍ଚ ଲକ୍ଷ୍ମୀ ଶବର, କନିଷ୍ଠ ଯନ୍ତ୍ରୀ ଦମୟନ୍ତୀ ମୁର୍ମୁ, ଯୋଗାଣ ସହାୟକ ସୁବ୍ରତ କୁମାର ପ୍ରଧାନଙ୍କ ସହିତ ପଞ୍ଚାୟତର ପୁର୍ବତନ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର ଓ ଅଞ୍ଚଳବାସୀ ଯୋଗଦେଇଥିଲେ।

Comments are closed.