ସ୍ବେଛାସେବୀ ଅନୁଷ୍ଠାନ ‘ବିପଦର ବନ୍ଧୁ’ ଓ ଅଡବା ଗ୍ରାମବାସୀଙ୍କ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ମୋହନା: ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ଅଡ଼ବାଠାରେ ସ୍ବେଚ୍ଛାସେବୀ ଅନୁଷ୍ଠାନ “ବିପଦର ବନ୍ଧୁ” ଏବଂ ଅଡବା ଗ୍ରାମବାସୀଙ୍କ ମିଳିତ ଆନୁକୁଲ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅଡବା ଗ୍ରାମ ପଞ୍ଚାୟତ କାର୍ୟ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। କାର୍ୟ୍ୟକ୍ରମରେ ମୋଟ ୧୯୬ ଜଣ ରୋଗୀଙ୍କ ଚକ୍ଷୁ ଚିକିତ୍ସା କରାଯାଇଥିଲା ଏବଂ ସେଥିମଧ୍ୟରୁ ମୋଟ ୭୬ ଜଣଙ୍କୁ ଶଙ୍କର ଚକ୍ଷୁ ଚିକିତ୍ସାଳୟକୁ ଅସ୍ତ୍ରୋପଚାର ନିମନ୍ତେ ପଠାଯାଇଛି।

ଏହି ଶିବିରରେ ‘ବିପଦର ବନ୍ଧୁ’ ଅନୁଷ୍ଠାନର ସଭାପତି ରବିନ କୁମାର ସାହୁ, ବ୍ଲକ ସଂଯୋଜକ ଗୌରହରି ପୋଲାଇ, କୋଷାଧ୍ୟକ୍ଷ ବାଦଲ ତ୍ରିପାଠୀ, ମୁଖପାତ୍ର ଚିନ୍ମୟ ପୋଲାଇ, ଉପସଭାପତି ନୀଳ ରାଉଳ, ସନ୍ତୋଷମହାନ୍ତି, ସୁନେମି ଗମାଙ୍ଗ, ସରପଞ୍ଚ ସନ୍ତୋଷ କୁମାର ସାହୁ, ଶୋମେସ ରାଓ ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ନାରାୟଣ ରାଓ, ସନ୍ତୋଷ ମଳିକ, ମଦରି ଖାନ, ଜଗନ୍ନାଥ ଦାସ, ଜିତେନ୍ଦ୍ର କୁମାର ଗୌଡ, ଦୂର୍ଗାପ୍ରସାଦ ରଥ, ରତ୍ନାକର ବିଷୋୟୀ, ସନ୍ତୋଷ କୁମାର ନାୟକ, ଅରକ୍ଷିତ ପରିଛା, ଖଦାଳ ବିଶୋଇ, ସୁଶାନ୍ତ କୁମାର ଦିଗାଲ, କିଶାନ ସାହୁ, କାଳୁ ଚରଣ ଶତପଥୀଙ୍କ ସମେତ ଏହି ଶିବିର ଗଞ୍ଜାମ ଜିଲାର ଅଗ୍ରଣୀ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଳ ଦ୍ବାରା ପ୍ରେରିତ ଚିତ୍ରସେନ ଗୌଡଙ୍କ ତତ୍ତ୍ବାବଧାନରେ ଲଳିତା, ସୁକେଶ ପାଣିଗ୍ରାହୀ, ବି.ଭାରତୀ ଏବଂ ରାମଚନ୍ଦ୍ର ସାହୁଙ୍କ ଦ୍ବାରା ସମସ୍ତ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା। ଏଭଳି ଏକ ମହାନ ସାମାଜିକ ସେବା କାର୍ଯ୍ୟକୁ ଅଞ୍ଚଳର ସମସ୍ତ ବୁଦ୍ଧିଜୀବୀ ଭୂୟସୀ ପ୍ରଶଂସା କରିଛନ୍ତି।

Comments are closed.