କାର ଓଲଟି ଚାରି ଓ ବାଇକରୁ ପଡି ଜଣେ ଆହତ

ମୋହନା : ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ପଲ୍ଲିଗଜପତି ଗ୍ରାମ ନିକଟ ବୁଲାଣିରେ ଭାରସାମ୍ୟ ହରାଇ ଓଲଟିଲା କାର। ଏଥିରେ ଗୋଟିଏ ପରିବାରର ୪ ଜଣ ଆହତ ଆହତ ହୋଇଛନ୍ତି।  ଘଟଣାରୁ ପ୍ରକାଶ ଜୟପୁର ଜିଲ୍ଲା ଅଞ୍ଚଳରୁ ଏକ କାର ଗଞ୍ଜାମ ଜିଲ୍ଲା ଗଣିଆନାଳ ଅଭିମୁଖେ ଯିବା ବେଳେ ଏଭଳି ଦୁର୍ଘଟଣା ଘଟିଛି ଓ ଆହତ ମାନଙ୍କୁ ସ୍ଥାନୀୟ ଲୋକଙ୍କ ସାହଯ୍ୟରେ ଏକ ଅଟୋ ଯୋଗେ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେହିପରି ଗୁଣ୍ଡୀମା ଆଦର୍ଶ ବିଦ୍ୟାଳୟ ନିକଟରେ ଏକ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଚାଳକ ବାଇକରୁ ପଡି ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସହଯୋଗରେ ଅଡବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ କରାଯାଇଛି । ଘଟଣା ସ୍ଥଳରେ ଅଡବା ଥାନା ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

Comments are closed.