ମୋହନାକୁ ଏନ୍‍ଏସି ମାନ୍ୟତା ଦାବିରେ ଗଣ ଧାରଣା

ମୋହନା : ଗଜପତି ଜିଲା ମୋହନା ଉନ୍ନୟନ ପରିଷଦ ପକ୍ଷରୁ ମୋହନାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି) ମାନ୍ୟତା ଦାବିରେ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୁର୍ଣ୍ଣ ଭାବେ ଗଣଧାରଣା ଦିଆଯାଇଛି। ମୋହନା ଉନ୍ନୟନ ପରିଷଦ ସଭାପତି ଦଣ୍ଡସି ସାହୁଙ୍କ ନେତୃ୍‍ତ୍ୱରେ ମୋହନାକୁ ବିଜ୍ଞାପିତ ଅଞ୍ଚଳ ପରିଷଦର ମାନ୍ୟତା ଦାବି କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶ୍ୟରେ ବିଡିଓଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ଯଦି ଦାବି ପୁରଣ ନ ହୁଏ ତେବେ ଆଗାମି ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଉନ୍ନୟନ ପରିଷଦ ପକ୍ଷରୁ ଚେତାବନି ଦିଆଯାଇଛି। ଏହି ଧାରଣା ବେଳେ ଉନ୍ନୟନ ପରିଷଦ ସମ୍ପାଦକ ରସାନନ୍ଦ ପାଣି, ଆଇନଜିବି ବିଲାସ ନାୟକ, ଦୁର୍ଯ୍ୟୋଧନ କରଡା, ମଧୁସୁଦନ ପାଢୀଙ୍କ ସମେତ ବହୁ ଜନସାଧାରଣ ଯୋଗ ଦେଇଥିଲେ।

Comments are closed.