ମୋହନା ବିଧାୟକଙ୍କ ଦୁର୍ଗମାଞ୍ଚଳ ପରିଦର୍ଶନ

ମୋହନା : ମୋହନା ବିଧାୟକ ବୁଧବାର ବ୍ଳକର ୨ଟି ପଞ୍ଚାୟତରେ ଥିବା ବିଭିନ୍ନ ଦୁର୍ଗମ ଗ୍ରାମକୁ ପରିଦର୍ଶନ କରି ଲୋକଙ୍କ ଭଲ ମନ୍ଦ ପଚାରି ବୁଝବା ସହିତ ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ବିଧାୟକ ଦାଶରଥି ଗମାଙ୍କ କଟାମା ଓ ପାଣିଗଣ୍ଡାର ଟାଙ୍ଗିଲି, ବାରିଆପଦା, ଦନିଗାଁ, କୁଟୁଣିଗଣ୍ଡା, ଚଢିଆପଦା, ମଇଁଷିଖତ, ପାଣିଗଣ୍ଡା, ତେଲେଙ୍ଗପଦା, ଗୋଠା, ପାଜିଗୁଡି ଆଦି ବିଭିନ୍ନ ଗ୍ରାମକୁ ଯାଇ ଲୋକମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହେବା ସହିତ ରାସ୍ତା, ଇନ୍ଦିରା ଆବାସ, ପ୍ରଧାନମନ୍ତ୍ରୀ ଆବାସ, ପାନୀୟ ଜଳ, ବିଜୁଳି ସଂଯୋଗ, ସ୍ୱାସ୍ଥ୍ୟ ସେବା, ମନ୍ଦିର, ଗ୍ରାମ ମଣ୍ଡପ ଆଦି ସୁବିଧା ପଚାରି ବୁଝିଥିଲେ। ସ୍ଥାନୀୟ ଲୋକେ ବିଧାୟକଙ୍କୁ ସମସ୍ୟା ଗୁଡିକ ସମ୍ପର୍କରେ ଲିଖିତ ଓ ମୌଖିକ ଭାବେ ଜଣାଇଥିଲେ। ବିଧାୟକ ଶ୍ରୀ ଗମାଙ୍ଗ ଲୋକମାନଙ୍କ ମୌଳିକ ସମସ୍ୟା ଗୁଡିକୁ ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବିଧାୟକଙ୍କ ସହିତ ଅଡବା ଜୋନ୍‍ ଜିଲ୍ଲା ପରିଷଦ ସଭ୍ୟ ବାଳକୃଷ୍ଣ ମଳିକ ଓ ବହୁ କଂଗ୍ରେସକର୍ମୀ ଉପସ୍ଥିତ ଥିଲେ।

Comments are closed.