ମୋହନା ବନ ବିଭାଗ ପକ୍ଷରୁ ୭୩ତମ ବନ ମହୋତ୍ସବ ପାଳନ

ମୋହନା: ଗଜପତି ଜିଲା ମୋହନା ବନ ବିଭାଗ ପକ୍ଷରୁ ୭୩ତମ ବନ ମହୋତ୍ସବ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମୋହନା ବ୍ଲକ ଅନ୍ତର୍ଗତ ମେରାପଲ୍ଲି ସରକାରୀ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ କିସମର ଚାରା ରୋପଣ କରାଯାଇଥିଲା। ଜଙ୍ଗଲକୁ ସୁରକ୍ଷା ରଖିବା, ଗଛ ନକାଟିବା, ଜଙ୍ଗଲରେ ନିଆଁ ଲଗାଇବା ନାହିଁ ବୋଲି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଇଥିଲେ ବନ ବିଭାଗ ଅଧିକାରୀ କଳ୍ପନା ନାୟକ ଓ ଫରେଷ୍ଟର ଦେବାଶିଷ ଶତପଥୀ । ସେହିପରି ଖଣି ବିଦ୍ୟାଳୟ ପରିସରରେ ମଧ୍ୟ ଚାରା ରୋପଣ କରାଯିବା ସହ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କାର୍ୟ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସମେତ ସମସ୍ତ ଶିକ୍ଷକ /ଶିକ୍ଷୟତ୍ରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଭାବେ ବନ ବିଭାଗ ଅଧିକାରୀଣି କଳ୍ପନା ନାୟକ ଯୋଗ ଦେଇଥିବା ବେଳେ ବନ କର୍ମଚାରୀମାନେ ଉପସ୍ଥିତ ଥିଲେ।

Comments are closed.