ପାଟ୍ରୋଲିଂ ବେଳେ ପୁଲିସକୁ ଦେଖି ଗାଡି ଛାଡ଼ି ଜଙ୍ଗଲକୁ ପଳାଇଲେ ଚାଳକ, ଯାଞ୍ଚବେଳେ ମିଳିଲା ୨ ବସ୍ତା ଗଞ୍ଜେଇ

ମୋହନା: ଗଜପତି ଜିଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥିଙ୍କ ନିର୍ଦେଶ କ୍ରମେ ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ରଙ୍କ ତତ୍ତ୍ବାବଧାନରେ ଏସଆଇ ଭାଗ୍ୟଲତା ଦାଶ ଓ ତାଙ୍କ ଟିମ୍ ପାଟ୍ରୋଲିଂ କରୁଥିବା ବେଳେ ହାଡୁପଦର ଛକ ନିକଟରେ ଏକ ଗାଡ଼ିକୁ ଅଟକାଇଥିଲେ। ପୁଲିସକୁ ଦେଖି ଚାଳକ ଓ ଅନ୍ୟ ସାଥି ଗାଡି ଛାଡି ଦୌଡି ଜଙ୍ଗଲକୁ ପଳାଇଥିଲେ। ଗାଡ଼ିଟିକୁ ଯାଞ୍ଚ କରିବା ବେଳେ ସେଥିମଧ୍ୟରୁ ଦୁଇଟି ଜରି ବସ୍ତାରେ ଗଞ୍ଜେଇ ଥିବା ପାଇଥିଲେ। ମୋହନା ଅତିରିକ୍ତ ତହସିଲଦାର ହିମାଂଶୁ ଭୂଷଣ ପଲାଇଙ୍କ ଉପସ୍ଥିତରେ ତାହା ଓଜନ କରାଯାଇଥିଲା ଏବଂ ଗଞ୍ଜେଇର ଓଜନ ୪୨ କିଲୋ ହୋଇଥିଲା। ଏ ନେଇ ଅଡବା ଥାନା କେସ ନଂ ୮୧/୨୨ରେ ଏକ ମାମଲା ରୁଜୁ ହୋଇଥିବା ଏସଆଇ ଲକ୍ଷ୍ମଣ ବେଶରା ସୂଚନା ଦେଇଛନ୍ତି।

Comments are closed.