ଜନନୀ ଏକ୍ସପ୍ରେସ ଦୁର୍ଘଟଣା ଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ଚାଳକ

ମୋହନା: ଶୁକ୍ରବାର ରାତିରେ ଜନନୀ ଏକ୍ସପ୍ରେସ ଆମ୍ପୁଲାନ୍ସ (୧୦୨) ଦୁର୍ଘଟଣା ଗ୍ରସ୍ତ ହୋଇଛି। ଜନନୀ ଏକ୍ସପ୍ରେସ ଆମ୍ପୁଲାନ୍ସ ଦୁର୍ଘଟଣା ଗ୍ରସ୍ତ ହୋଇ ଭାଙ୍ଗିରୁଜି ଯାଇଥିଲେ ମଧ୍ୟ ଘଟଣା ସ୍ଥଳରେ ଅଳ୍ପକେ ବର୍ତ୍ତିଯାଇଥିଲେ ଚାଳକ। ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକରୁ ସରକାରୀ ଜନନୀ ଏକ୍ସପ୍ରେସ (୧୦୨) ବ୍ରହ୍ମପୁରରୁ ଗାଡି କାମ ସାରି ଫେରୁଥିବା ବେଳେ ରାମଗଡ ନିକଟ କେନ୍ଦୁଘାଟି ନିକଟ ଜାତୀୟ ରାଜପଥ ନିକଟ ବୁଲାଣି ଠାରେ ଚାଳକ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ରାତି ୮.୩୦ ରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଅଳ୍ପକେ ବର୍ତ୍ତିଯାଇ ଥିଲେ ଚାଳକ ବ୍ରେକ ବୋଡା। ଗାଡ଼ିଟି ବ୍ରହ୍ମପୁରରୁ ଚନ୍ଦ୍ରପୁର ଫେରୁଥିବା ବେଳେ ଭାରସାମ୍ୟ ରକ୍ଷା କରିନପାରି ଓଲଟି ପଡିଥିଲା ଏବଂ ଚାଳକ ସୁରକ୍ଷିତ ଥିବା ଜଣାପଡ଼ିଛି।

Comments are closed.