ବ୍ୟବସାୟୀଙ୍କ ବସ ଦୁର୍ଘଟଣାରେ ମୃତ୍ୟୁ, ୪ଘଣ୍ଟା ମୋହନା ବଜାର ବନ୍ଦ

ମୋହନା: ଗୁରୁବାର ଅପରାହ୍ଣରେ କୌଣସି କାର୍ଯ୍ୟରେ ବ୍ରହ୍ମପୁର କେନାଲ ସାହିର ବୁଡ଼ୁ ପାତ୍ର(୩୬) ବ୍ରହ୍ମପୁର ଯାଇ ମୋହନା ଫେରୁଥିବା ବେଳେ ଦିଗପହଣ୍ଡି ଥାନା ଅନ୍ତର୍ଗତ ମୌଳାଭଞ୍ଜା ନିକଟରେ ବିପରୀତ ଦିଗରୁ ଆସୁଥିବା ଓଏସଆରଟିସି ବସ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ବୁଡ଼ୁଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁଃଖଦ ଘଟଣାରେ ସମବେଦନା ଜଣାଇବା ପାଇଁ ଶୁକ୍ରବାର ଦିନ ସ୍ଥାନୀୟ ନୀଳକଣ୍ଠେଶ୍ବର ବଣିକ ସଂଘ ପକ୍ଷରୁ ସକାଳ ୬ଟାରୁ ୧୦ଘଣ୍ଟିକା ପର୍ଯ୍ୟନ୍ତ ୪ ଘଣ୍ଟା ଧରି ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ପ୍ରକାଶ ଥାଉକି, ବୁଡ଼ୁ ମୋହନାରେ ବିବାହ କରିଥିବା ବେଳେ କିଛି ବର୍ଷ ହେଲା ପରିବାର ସହ ମୋହନାରେ ରହି ବ୍ଲକ ସମ୍ମୁଖରେ ଏକ ଜଳଖିଆ ହୋଟେଲ କରି ପରିବାର ଭରଣ ପୋଷଣ କରୁଥିଲେ। ତାଙ୍କର ୯ ବର୍ଷର ଗୋଟିଏ ଝିଅ ଅଛି ।

Comments are closed.