୩ ଶହ କିଲୋ ଗଞ୍ଜେଇ ଜବତ ; ମାଫିଆ ଛୁ

ମୋହନା : ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ବାଲିବନ୍ଧ ଅଞ୍ଚଳରେ ପୁଲିସ ସବଇନିସପେକ୍ଟର ଭାଗ୍ୟଲତା ଦାଶ ଓ କର୍ମଚାରୀମାନେ ମିଳିତଭାବେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଜାତୀୟ ରାଜପଥ ୩୨୬ ପାର୍ଶ୍ଵରେ ଏକ ଟ୍ରକ ରହିଥିବା ଦେଖି ସନ୍ଦେହରେ ଟ୍ରକଟିକୁ ଯାଞ୍ଚ କରିଥିଲେ। ଟ୍ରକ ଚାଳକ କେଉଁଆଡ଼େ ଛୁ ମାରିଥିବା ବେଳେ ଗାଡି ମଧ୍ୟରୁ ୯ ଟି ଜରି ବସ୍ତାରେ  ୩ ଶହ କିଲୋ ୩ଶହ ଗ୍ରାମ ଗଞ୍ଜେଇ ରହିଥିଲା। ମୋହନା ଅତିରିକ୍ତ ତହସିଲଦାର ହିମାଂଶୁ ଭୂଷଣ ପଲାଇଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ବସ୍ତା ଗୁଡିକୁ ଓଜନ କରାଯାଇଥିଲା।

Comments are closed.