ସୁଡଙ୍ଗ କେନାଲ୍ ଓ ଟର୍ମିନାଲ କାର୍ଯ୍ୟର ତଦାରଖ କଲେ ୫ଟି ଓ ମୁଖ୍ୟ ଶାସନ ସଚିବ

ମୋହନା: ଗଜପତି ଜିଲ୍ଲା ଗସ୍ତରେ ୫-ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ ଏବଂ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଜଳସେଚନ ବିଭାଗ ସଚିବ ଅନୁ ଗର୍ଗ ଛେଳିଗଡ଼ ଜଳସେଚନ କାର୍ଯ୍ୟ ପରିଦର୍ଶନରେ ଆସି ମୂଷାଡଲି ନିକଟରେ ନିର୍ମାଣ ଚାଲୁଥିବା ଟନେଲ ବା ସୁଡଙ୍ଗ କେନାଲ୍ କାର୍ଯ୍ୟ ବୁଲି ଦେଖିଥିଲେ। ଟନେଲ ଭିତରେ ପଶି ସମସ୍ତ ଆନୁଷଙ୍ଗିକ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟର ତଦାରଖ କରିଥିଲେ। ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ବିଭାଗୀୟ ମୁଖ୍ୟଯନ୍ତ୍ରୀ ଇ. ଅଶ୍ୱିନ କୁମାର ମହାନ୍ତି, ପ୍ରକଳ୍ପ ଅଧିକ୍ଷଣ ଯନ୍ତ୍ରୀ ଇ. ନଗେନ୍ଦ୍ର ନାଥ ମହାରଣା ସଚିବମାନଙ୍କୁ ହେଲିପ୍ୟାଡ଼ରେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।

ମୁଖ୍ୟସଚିବ କହିଥିଲେ କି ନିର୍ଦ୍ଧାରିତ ସମୟ ପୂର୍ବରୁ କାର୍ଯ୍ୟ ସମାପ୍ତ ହେବ। ଏହା ଶେଷ ହେବା ପରେ ପ୍ରଥମେ ଚାଷ ଜମିକୁ କେନାଲ ସାହାଯ୍ୟରେ ଜଳ ଯୋଗାଇ ଦିଆଯିବ। ଏଥିସହ ସରକାରଙ୍କ ନିୟମ ମୁତାବକ ବିସ୍ଥାପିତଙ୍କୁ ସାହାଯ୍ୟ ଦିଆଯାଇଛି ଏବଂ ସେମାନେ ବିସ୍ଥାପିତ କଲୋନୀକୁ ଯିବା ଆରମ୍ଭ କରିଛନ୍ତି। ଏହାସହ ସେମାନଙ୍କ ଜୀବନ ଜୀବିକା ନିମନ୍ତେ ଆତ୍ମ ନିର୍ଭରଶୀଳ ହେବା ପାଇଁ ବିଭିନ୍ନ ପ୍ରକାର ଯୋଜନା ସେମାନଙ୍କୁ ଯୋଗାଇ ଦିଆଯାଇଛି। ପୁଣି ଆଗାମୀ ଦିନରେ ଅଧିକା କିଛି ଯୋଜନା ବି ଯୋଗାଇ ଦିଆଯିବ।

Comments are closed.