କନ୍ୟାଶ୍ରମରୁ ୨୯ ଅନ୍ତେବାସୀ ନିଖୋଜ ଘଟଣାରେ ୮ କର୍ମଚାରୀଙ୍କ ବିରୋଧରେ ପ୍ରଶାସନର କାର୍ଯ୍ୟାନୁଷ୍ଠାନ

0

ମୋହନା : ଗଜପତି ଜିଲା ମୋହନା ବ୍ଳକରେ ରହିଥିବା ବିଭିନ୍ନ କନ୍ୟାଶ୍ରମରୁ ନାନା ସମସ୍ୟାକୁ ନେଇ ବିଭିନ୍ନ ସମୟରେ ଅନ୍ତେବାସୀମାନେ ନିଖୋଜ ହୋଇଛନ୍ତି। ସେହିଭଳି ଭାବେ ଗତ ୨୭ ତାରିଖ ଦିନ ମୋହନା ବ୍ଳକ ଅନ୍ତର୍ଗତ ଅନ୍ତରବା କନ୍ୟାଶ୍ରମରୁ ୯ମ ଶ୍ରେଣୀରେ ପାଠ ପଢୁଥିବା ୨୯ ଜଣ ଛାତ୍ରୀ କେଉଁ ଆଡେ ଚାଲିଯାଇଥିଲେ। ଏହି ଘଟଣା ଜିଲ୍ଲା ପ୍ରଶାସନର ମୁଣ୍ଡ ବ୍ୟଥା ବଢାଇ ଦେଇଥିଲା। ପ୍ରଶାସନ ନାକେଦମ ହେବାପରେ ୨୮ ତାରିଖ ଦିନ ସେମାନଙ୍କୁ ଠାବ କରି କନ୍ୟାଶ୍ରମରେ ଛାଡିଥିଲେ। ଏହି ଘଟଣାର ଖୋଡତାଡ କରିବା ପରେ ଜିଲ୍ଲା ପ୍ରଶାସନ କନ୍ୟାଶ୍ରମର ୮ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି। ବିଦ୍ୟାଳୟର ସହକାରୀ ଶିକ୍ଷକ ଏନ.ସୁରେଶ ଚନ୍ଦ୍ର ନିଳମ୍ବିତ ହୋଇଥିବା ବେଳେ ୨ ଜଣ ସହକାରୀ ଶିକ୍ଷକ ପ୍ରେମାନନ୍ଦ ପରିଚ୍ଛା ଓ ଶିକ୍ଷୟିତ୍ରୀ ଗିତାଂଜଳି ସେନାପତି ଏବଂ ୨ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ସେନାପତି ସାହୁ ଓ ଜୟନ୍ତି ବେହେରାଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ଜଣପଡିଛି। ମେଟ୍ରନ ବନ୍ଦନା ଶୋଭାସୁନ୍ଦର ଏବଂ ସବିତା ବିଜୁଳିଙ୍କୁ କାରଣ ଦର୍ଶାଅ ନୋଟିସ ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ ଜାରି କରିଥିବା ଜଣାପଡିଛି। ପ୍ରଧାନ ଶିକ୍ଷକ ବିରୋଧରେ କାର୍ଯ୍ୟନୁଷ୍ଠାନ ପାଇଁ ସୁପାରିଶ କରାଯାଇଥିବା ଜଣାପଡିଛି। ଜିଲ୍ଲାପାଳ ଅନୁପମ ଶାହା ଏହି କାର୍ଯ୍ୟନୁଷ୍ଠାନ ନେଇଥିବା ସୂଚନା ମିଳିଛି।

Leave A Reply