ସାମ୍ବାଦିକମାନେ କୌଣସି ଅପରାଧ କରିବା ପାଇଁ ଯାଇ ନଥିଲେ – ରା.ଉଦୟଗିରି ପ୍ରେସ କ୍ଲବ

ମୋହନା: ମାଲକାନଗିରି ଜିଲ୍ଲାରେ ୫ ଜଣ ସାମ୍ବାଦିକଙ୍କୁ ମିଛ ଅଭିଯୋଗରେ ପୁଲିସ ଗିରଫ କରିବା ପ୍ରତିବାଦରେ ଆଜି ରା.ଉଦୟଗିରି ସାମ୍ବାଦିକ ସଙ୍ଘ ପକ୍ଷରୁ ଘଟଣାର ନିରପେକ୍ଷ ତଦନ୍ତ କରିବା ଏବଂ ମିଛ ଅଭିଯୋଗ କରିଥିବା ଡାକ୍ତରଙ୍କୁ ଗିରଫ କରିବା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରା.ଉଦୟଗିରି ଥାନା ଅଧିକାରୀ ରବିନ୍ଦ୍ର କୁମାର ପଣ୍ଡାଙ୍କୁ ଏକ ଦାବିପତ୍ର ପ୍ରଦାନ କରଯାଇଛି। ପୁଲିସ ଡାକ୍ତରଙ୍କ ମିଛ ଅଭିଯୋଗରେ ଯଦି ରାତି ଅଧିଆ ସାମ୍ବାଦିକଙ୍କୁ ଉଠାଇ ଆଣି ପାରିଲା ତେବେ ସାମ୍ବାଦିକମାନେ ଡାକ୍ତରଙ୍କ ବିରୋଧରେ ଏତଲା ଦେବାର ଚାରି ଦିନ ବିତିଯାଇଥିଲେ ମଧ୍ୟ ପୁଲିସ କାହିଁକି କେସ ପଞ୍ଜିକୃତ କରୁ ନାହିଁ କି ଉକ୍ତ ଡାକ୍ତରମାନଙ୍କୁ କାହା ଚାପରେ ଗିରଫ କରୁନାହିଁ ବୋଲି ପ୍ରଶ୍ନ କରିଛନ୍ତି ରା.ଉଦୟଗିରି ସାମ୍ବାଦିକ ସଂଘର ସଦସ୍ୟ ମାନେ। ଏଣୁ ଯଥା ଶୀଘ୍ର ସେହି ଡାକ୍ତରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ସାମ୍ବାଦିକ।

ଏହି ପ୍ରରିପେକ୍ଷୀରେ ରା.ଉଦୟଗିରି ସାମ୍ବାଦିକ ସଂଘର ସଭାପତି ଜ୍ଞାନରଞ୍ଜନ ଷଡ଼ଙ୍ଗୀ, ଉପସଭାପତି ମମତାଜ ମହମ୍ମଦ, କୋଷାଧ୍ୟକ୍ଷ କଲୋଳ କୁମାର ରାୟ, ଦେବାଶିଷ କାର୍ଜି, ନାରାୟଣ ପାଇକ, ମିହିର ପ୍ରସାଦ ମାଳି, ସଂଗ୍ରାମ ବଡ଼ମୁଣ୍ଡି, ଉମାକାନ୍ତ ପଲେଇ ପାତ୍ର ଓ ସନ୍ତୋଷ କୁମାର ପାଲ ପ୍ରମୁଖ କାର୍ଯ୍ୟରତ ସାମ୍ବାଦିକମାନେ ଉପସ୍ଥିତ ଥିଲେ।

Comments are closed.