୭୧ କିଲୋ ୫୦୦ ଗ୍ରାମ୍ ଗଞ୍ଜେଇ ବୋଝେଇ କମାଣ୍ଡର ଜବତ, ଜଣେ ଗିରଫ

ମୋହନା: ଗଜପତି ଜିଲ୍ଲା ଅଡ଼ବା ଥାନା ଏସଆଇ ହୃଷିକେଶ ପଣ୍ଡା ଓ କର୍ମଚାରୀମାନେ ଗୁଣ୍ଡିମା ରାସ୍ତାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ମହାରାଷ୍ଟ୍ର ନମ୍ବର ଥିବା ଏକ କମାଣ୍ଡର ଗାଡିକୁ ସନ୍ଦେହ କରି ଅଡବା ଥାନା ଅନ୍ତର୍ଗତ ଗୁଣ୍ଡିମା ଛକ ଠାରେ ଅଟକାଇ ତଲାସୀ ନେବାରେ ସେହି ଗାଡ଼ିରେ ତିନୋଟି ଜରି ବସ୍ତାରେ ଗଞ୍ଜେଇ ଥିବା ଜଣାପଡିଥିଲା। ଏହି ଗଞ୍ଜେଇ ଚୋରାଚାଲାଣ ସଂପୃକ୍ତ ଅଡ଼ବା ଖ୍ରୀଷ୍ଟୀୟାନ୍ ସାହିର ଯୁଗଳ ନାୟକ (୩୪)କୁ ଗିରଫ କରାଯାଇଛି। ଯୁଗଳ ଅଡବା ଅଞ୍ଚଳରୁ ଗଞ୍ଜେଇ ସଂଗ୍ରହ କରି ବ୍ରହ୍ମପୁର ନେଉଥିଲା। ପୁଲିସ୍ ୧୩୭/୨୧ରେ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଥିବା ସୂଚନା ଦେଇଛନ୍ତି ଅଡ଼ବା ଥାନା ଅଧିକାରୀ ଆନନ୍ଦ ଚରଣ ପାତ୍ର।

Comments are closed.