ହୁଏରି ଗ୍ରାମରେ ଜାତିଧର୍ମକୁ ନେଇ ଖବର ପ୍ରସାରଣକୁ ନିନ୍ଦା କଲେ ଗ୍ରାମବାସୀ

ମୋହନା: ଦୁଇ ଜଣ ଗଣମାଧ୍ୟମ ପ୍ରତିନିଧି ଭୁଲ ଖବର ପ୍ରସାରଣ କରି ଗାଁର ନାମକୁ ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ କରିଛନ୍ତି। ସେଭଳି ଭୂଲ ଖବର ପ୍ରସାରଣକୁ ଗ୍ରାମର ଲୋକେ ନିନ୍ଦା କରିଛନ୍ତି। ଦୁଇ ଗଣମାଧ୍ୟମ ପ୍ରତିନିଧିଙ୍କ ଖବର ଏଭଳି ଥିଲା, ମୋହନା ବ୍ଲକ ଠାରୁ ମାତ୍ର ୬ କିମି ଦୂର ହୁଏରି ଗ୍ରାମ। ଏହି ଗ୍ରାମକୁ ଯିବାକୁ ହେଲେ ୩ କିମି ପାହାଡିଆ ଜଙ୍ଗଲ ରାସ୍ତାରେ ଚାଲି ଚାଲି ଯିବାକୁ ପଡ଼େ। ଏହି ଗ୍ରାମରେ ୨୫ ଘର ପରିବାର ରହୁଥିବା ବେଳେ ସେଥିରୁ ୭ ପରିବାର ୨୦୦୭ ମସିହାରୁ ହିନ୍ଦୁ ଧର୍ମକୁ ଛାଡି ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିଲେ। ସେହି ୭ ପରିବାର ନିଜେ ଚାନ୍ଦା କରି ବହୁ କଷ୍ଟରେ ଏକ ଚର୍ଚ୍ଚ ନିର୍ମାଣ କରିଛନ୍ତି। ସେହି ଚର୍ଚ୍ଚ ୩୦.୧୦.୨୦୨୧ରେ ଉଦଘାଟନ ହୋଇଛି। ସେହିପରି ଗ୍ରାମରେ ବସବାସ କରୁଥିବା ଅନ୍ୟ ୧୮ ଘର ପରିବାର ହିନ୍ଦୁ ଅଟନ୍ତି। ସେମାନେ ହିନ୍ଦୁ ଧର୍ମ ବ୍ୟତୀତ ଅନ୍ୟ କୌଣସି ଧର୍ମ ଗ୍ରହଣ କରିବେ ନାହିଁ ବୋଲି ଗ୍ରାମର ଲୋକେ କହିଛନ୍ତି।

ହୁଏରି ଗ୍ରାମର ମୁଖ୍ୟ ସମସ୍ୟା ହେଉଛି ରାସ୍ତା ଓ ପାନୀୟ ପାଣି। ଯାହାକି ସେମାନଙ୍କ ପାଇଁ ସାତ ସପନ ପାଲଟିଛି। ଗ୍ରାମରେ ଦୁଇଟି ପଥର କୂଅ ରହିଛି। ତାହାର ଦୂଷିତ ଜଳକୁ ଲୋକେ ବର୍ଷ ତମାମ ବ୍ୟବହାର କରୁଛନ୍ତି। ଯାହାଫଳରେ ଲୋକେ ବିଭିନ୍ନ ସମୟରେ ତାଇରିଆ ଭଳି ଅନେକ ପେଟ ଜନିଜ ରୋଗରେ ଆକ୍ରାନ୍ତ ହେଉଥିବା ନଜିର ରହିଛି। ଗାଁରେ ନେଟୱ।ର୍କ ସୁବିଧା ମଧ୍ୟ ନାହିଁ। ଭଲ ରାସ୍ତା ଖଣ୍ଡେ ନଥିବାରୁ ଗତବର୍ଷ ଜଣେ ଗର୍ଭବତୀ ମା’ଙ୍କୁ ମୋହନା ମେଡିକାଲ ନେବା ସମୟରେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ଛାତ୍ରଛାତ୍ରୀମାନେ ବହୁ ଦୁଃଖ କଷ୍ଟରେ ଖାରୀଗୁଡା ବିଦ୍ୟାଳୟକୁ ୫ କିମି ଚାଲି ଚାଲି ପାଠ ପଢିବାକୁ ଯାଆନ୍ତି। ବର୍ଷା ହେଲେ ପାଠପଢା ବନ୍ଦ। ଏଭଳି ପରିସ୍ଥିତିରେ ବାପାମା ମାନେ ପିଲାଙ୍କୁ ବିଦ୍ୟାଳୟକୁ ଛାଡୁ ନାହାଁନ୍ତି। ଏହାର ମୁଖ୍ୟ ସମସ୍ୟା ହେଉଛି ଗ୍ରାମକୁ ରାସ୍ତା ନଥିବାରୁ କୌଣସି ଗାଡି ପହଞ୍ଚି ପାରୁନି। ଯାହାଦ୍ୱାରା ଗ୍ରାମରେ କେହି ପକ୍କା ଘର ନିର୍ମାଣ କରିପାରିନାହାନ୍ତି। ସମସ୍ତେ ମାଟି ଚାଳ ଛପର ଘରେ ରହୁଛନ୍ତି।

ଭୋଟ ସମୟରେ ଖାଲି ପ୍ରତିଶ୍ରୁତି ଦେଉଛନ୍ତି। ଭୋଟ ସରିଲେ କାହାର ଦେଖା ଦର୍ଶନ ମିଳୁନି। କିନ୍ତୁ ଏଇ ଗ୍ରାମକୁ ପହଞ୍ଚି ପାରିନାହାନ୍ତି ସରକାରୀ ବାବୁ ହେଉ କିମ୍ବା କୁଜି ରାଜନେତା। ତେଣୁ ଗ୍ରାମବାସୀମାନେ ନିଷ୍ପତି ନେଇଛନ୍ତି ସେମାନଙ୍କର ମୌଳିକ ସୁବିଧାର ସମାଧାନ ନହେବା ପର୍ୟନ୍ତ ଗ୍ରାମବାସୀ ଭୋଟ ବର୍ଜନ କରିବେ ଏବଂ କାହାକୁ ମଧ୍ୟ ଭୋଟ ଦେବୁନି ବୋଲି ରୋକଠୋକ ଚେତାବନୀ ଦେଇଛନ୍ତି ଗ୍ରାମବାସୀ। ଗ୍ରାମବାସୀଙ୍କ ଏଭଳି ଖବରକୁ ଅତିରଞ୍ଜିତ କରି ଦୁଇ ଗଣମାଧ୍ୟମ ପ୍ରତିନିଧି ଭୁଲ ତଥ୍ୟ ପରିବେଷଣ କରିଥିଲେ। ଯାହାକି ଗ୍ରାମରେ ରାସ୍ତା ନ ହେଲେ ସମସ୍ତେ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିବେ। ତାହା ସମ୍ପୂର୍ଣ୍ଣ ଭିତିହୀନ ଏବଂ ମନଗଢ଼ା କାହାଣୀ। ସାମ୍ବାଦିକ ୨ ଜଣ ବାରମ୍ବାର ଧର୍ମକୁ ନେଇ ଆମକୁ କହିବାରୁ ଆମେ କହିଥିଲୁ। ସ୍ୱଇଚ୍ଛାରେ ଆମେ ଏଭଳି କହି ନଥିବା ଲୋକେ କହିଛନ୍ତି। କୌଣସି ଧର୍ମ ପରିବର୍ତ୍ତନ କଲେ ରାସ୍ତାଘାଟ ହୁଏନି, ସରକାର ଚାହିଁଲେ ରାସ୍ତା ଘାଟ ହୋଇ ପାରିବ ବୋଲି ୭ ପରିବାରର ଲୋକେ ଆମ ଗଣମାଧ୍ୟମ ପ୍ରତିନିଧିଙ୍କୁ ସାମ୍ନାରେ କହିଛନ୍ତି। ଅଞ୍ଚଳରେ ମଧ୍ୟ ଏଭଳି କପୋଳକଳ୍ପିତ ଖବର ପ୍ରସାରଣକୁ ନିନ୍ଦା କରିଛନ୍ତି ଦୁଇ ଧର୍ମ ସମ୍ପ୍ରଦାୟର ଲୋକେ।

Comments are closed.